ୱାସିଂଟନ: ଇରାନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ଇରାନର ଜାତୀୟ ସୁରକ୍ଷା କମିଟିର ଉପାଧ୍ୟକ୍ଷ ମହମୁଦ ନବାଭିଆନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକ ଅଜବ ବାର୍ତ୍ତା ସାର୍ବଜନୀନ କରିଛନ୍ତି। ଶୁକ୍ରବାର ଓମାନରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହେବା ପୂର୍ବରୁ, ଟ୍ରମ୍ପ ଏକ ତୃତୀୟ ଦେଶ ମାଧ୍ୟମରେ ଇରାନକୁ ଏକ ପ୍ରସ୍ତାବ ପଠାଇଥିଲେ ଯେ, ଆମେ ଦୁଇଟି ଇରାନୀ ଘାଟି ଉପରେ ଆକ୍ରମଣ କରିବୁ ଏବଂ ତୁମେ ମଧ୍ୟ ତୁମର ଉପଯୁକ୍ତ ଜବାବ ଦେବ। ଏହା ପ୍ରକାଶ ପାଇବା ପରେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଆଳୋଡ଼ନ ସୃଷ୍ଟି ହୋଇଛି।
୧୨ ଦିନିଆ ଯୁଦ୍ଧ ପାଇଁ ରଚାଯାଇଛି ଷଡ଼ଯନ୍ତ୍ର
ନବାଭିଆନ କହିଛନ୍ତି, ଇରାନ ବିନା ଦ୍ୱିଧାରେ ଜବାବ ଦେଇଛି ଯେ, ସେ ଯୁଗ ଗଲାଣି। ଏବେ ଆମେରିକାକୁ ନିଜ ପକ୍ଷର ହଜାର ହଜାର ମୃତ୍ୟୁ ଯେକୌଣସି ଭୁଲ୍ର ପରିଣାମ ପାଇଁ ଭୋଗିବାକୁ ପଡିବ। ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେ ଆଞ୍ଚଳିକ ମଧ୍ୟପ୍ରାଚ୍ୟ ଦେଶର ନେତାମାନଙ୍କୁ କହିବେ, ଆମେରିକା ସହିତ ଜଡିତ ଯେକୌଣସି କମ୍ପାନି କିମ୍ବା ସାମରିକ ଘାଟି ଏବେ ଇରାନର ଟାର୍ଗେଟ ହେବ। ଅନ୍ୟ ଏକ ପ୍ରକାଶନରେ ନାବାଭିଆନ ୧୨ ଦିନିଆ ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ଆମେରିକା ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କୁ ଅପହରଣ କରିବା ଭଳି ଇରାନରେ ଏକ ଷଡ଼ଯନ୍ତ୍ର ରଚିଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
ଆହୁରି ପଢନ୍ତୁ: Gourab Gogoi: ଗୌରବ ଗୋଗୋଇଙ୍କ ସମ୍ପର୍କିତ ଏସ୍ଆଇଟି ରିପୋର୍ଟ କେନ୍ଦ୍ରକୁ ପଠାଇବ ଆସାମ ସରକାର
ଖେମିନିଙ୍କ ନିକଟତମ ନବାଭିଆନ
ସୟଦ ମହମୁଦ ନବାଭିଆନ ଇରାନର ସିଆ ସମ୍ପ୍ରଦାୟର ଜଣେ ଧର୍ମଗୁରୁ ଓ ଶୀର୍ଷ ନେତାମାନଙ୍କ ମଧ୍ୟରେ ଅନ୍ୟତମ। ନବାଭିଆନ ଏକ ମୌଳବାଦୀ ଚିନ୍ତାଧାରା ପୋଷଣ କରନ୍ତି। ସେ ତେହେରାନ, ରେ, ଶେମିରାନାଟ ଓ ଇସଲାମଶାହରରୁ ସଂସଦର ସଦସ୍ୟ। ସେ ଜେସିପିଓଏ ପରମାଣୁ ଚୁକ୍ତିର ସମାଲୋଚକ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକର ବିରୋଧୀ। ନବାଭିଆନଙ୍କୁ ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ନିକଟତର ତଥା ବିଶ୍ୱସ୍ତ ବ୍ୟକ୍ତି ଭାବରେ ବିବେଚନା କରାଯାଏ।
Follow Us