ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ ଟା ସମୟରେ ଏକ ଫ୍ଲାଏଓଭର ତଳେ ୨୫ ଏବଂ ୨୯ ବର୍ଷ ବୟସର ଡ୍ରାଇଭରମାନେ ଏକ ଅଟୋ-ରିକ୍ସାରେ ମୃତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା। ପରେ ପୋଲିସ ଖବର ପାଇ ଆସି ଘଟଣାସ୍ଥଳରୁ ସିରିଞ୍ଜ ଏବଂ ଆନାସ୍ଥେସିଆ ଇଞ୍ଜେକ୍ସନକୁ ଜବତ କରିଛି। ଯାହା ଫଳରେ ନିଶା ଓଭରଡୋଜ୍ ହୋଇଥିବାରୁ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପୋଲିସର ହସ୍ତକ୍ଷେପ ପରେ ମାମଲା ଜାରି
ଏ ସଂପର୍କରେ ଚନ୍ଦ୍ରାୟାଙ୍ଗୁଟ୍ଟା ପୋଲିସ ଏକ ମାମଲା ରୁଜୁ କରିଛି। ତଦନ୍ତ ସମୟରେ ପୋଲିସ ଏକ ଘରୋଇ ହସ୍ପିଟାଲର ଜଣେ ୱାର୍ଡ ବୟଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ବେଆଇନ ଭାବରେ ଆନାସ୍ଥେସିଆ ଔଷଧ ନେବା, ବିକ୍ରୟ ଏବଂ ବଣ୍ଟନରେ ସମ୍ପୃକ୍ତି ପାଇଁ ତାଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ହସ୍ପିଟାଲର ଅଧ୍ୟକ୍ଷ ବା ଏମଡି( ଯିଏ ନିଜେ ଜଣେ ନ୍ୟୁରୋସର୍ଜନ) ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ନ୍ୟୁରୋସର୍ଜନଙ୍କ ସହାୟକ ଭାବରେ କାମ କରୁଥିବା ଜଣେ ନର୍ସିଂ ଛାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ଆହୁରି ପଢନ୍ତୁ: Modi-Trump Talks : ମୋଦୀ-ଟ୍ରମ୍ପ ଟେଲିଫୋନ ଆଲୋଚନା, ବାଣିଜ୍ୟ ଚୁକ୍ତି ଉପରେ ସହମତି ସମ୍ଭାବନା
ନଭେମ୍ବର ୨୬ ତାରିଖରେ ହସ୍ପିଟାଲରେ ସଫା କରିବା ସମୟରେ ସଂପୃକ୍ତ ୱାର୍ଡ ବୟ ସେ ଚାରୋଟି ଆନାସ୍ଥେସିଆ ଆମ୍ପ୍ୟୁଲର ଏକ ପ୍ୟାକେଟ ଚୋରି କରିଥିଲେ। ସେ ପରଦିନ ସେଗୁଡ଼ିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଯାହାକୁ ଅଟୋ ଡ୍ରାଇଭରମାନେ କିଣିଥିଲେ।
ଆହୁରି ପଢନ୍ତୁ: Odisha Tourism: ହୀରାକୁଦ-ସାତକୋଶିଆ ଅଞ୍ଚଳର ବିକାଶ ପାଇଁ ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର
କଣ କହିଛି ପୋଲିସ ?
ପୋଲିସ ଅନୁଯାୟୀ, ଡାକ୍ତର ନଭେମ୍ବର ୨୬ ତାରିଖରେ ଜଣେ ରୋଗୀଙ୍କ ନ୍ୟୁରୋସର୍ଜରି କରିଥିଲେ। ଅସ୍ତ୍ରୋପଚାର ସମୟରେ ଇଞ୍ଜେକ୍ସନ ବ୍ୟବହାର କରିବା ପରେ, ସେ ଅବଶିଷ୍ଟ ଆନାସ୍ଥେସିଆ ଭାଏଲ୍ କୁ ସୁରକ୍ଷିତ ସ୍ଥାନରେ ନରଖି ଖୋଲାରେ ଛାଡିଦେଇଥିଲେ । ଡାକ୍ତରଙ୍କ ଏହି ଅସାବଧାନତା ଯୋଗୁଁ ୱାର୍ଡ ବୟ ବାକି ଇଞ୍ଜେକ୍ସନଗୁଡ଼ିକୁ ଚୋରି କରିନେଇଥିଲେ। ପରେ ସେ ଏହି ଇଞ୍ଜେକ୍ସନଗୁଡ଼ିକ ବେଆଇନ ଭାବରେ ମୃତ ଅଟୋ ଚାଳକଙ୍କୁ ବିକ୍ରି କରିଥିଲେ। ଅଟୋ ଚାଳକମାନେ ଏହାକୁ ସେବନ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)