କୁଏତ୍‌ ଅଗ୍ନିକାଣ୍ଡରେ ଓଡ଼ିଆ ପୁଅ ମହମ୍ମଦ ଜହୁର ଜଳିଗଲେ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ଅନେକଙ୍କ ଜୀବନ

Advertisment
କୁଏତ୍‌ ଅଗ୍ନିକାଣ୍ଡରେ ଓଡ଼ିଆ ପୁଅ ମହମ୍ମଦ ଜହୁର  ଜଳିଗଲେ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ଅନେକଙ୍କ ଜୀବନ

ଭୁବନେଶ୍ବର: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁର ଆଉ ନାହାନ୍ତି ସତ। କିନ୍ତୁ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ସେ ଚିର ଦିନ ହୋଇ ବଞ୍ଚିରହିବେ। କାରଣ ମୃତ୍ୟୁ ପୂର୍ବରୁ ସେ ବଞ୍ଚାଇଦେଇଛନ୍ତି ଅନେକଙ୍କ ଜୀବନ। ଘଟଣା ଦିନ ସେ ଭୋର ୪ଟାରୁ ମସଜିଦରୁ ପ୍ରାର୍ଥନା ସାରି ରୁମକୁ ଫେରିଥିଲେ। ଏହି ସମୟରେ ସେ ଘର ଭିତରେ ଅଗ୍ନିକାଣ୍ଡ ଘଟିଯାଇଥିବା ଦେଖିଥିଲେ। ଚିତ୍କାର କରି ସମସ୍ତଙ୍କୁ ଉଠାଇଥିଲେ। ସମସ୍ତେ ଜୀବନ ବଞ୍ଚାଇବାକୁ ଉପର ମହଲାକୁ ପଲାଇଥିବା ବେଳେ, ତଳ ମହଲା ଦେଇ ଘର ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ମହମ୍ମଦ ଜହୁର। କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା। ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ଜହୁର। ମୃତ୍ୟୁମୁଖରୁ ବଞ୍ଚିଥିବା ଅନ୍ୟ କର୍ମଚାରୀମାନେ ଏସମ୍ପର୍କରେ ଜହୁରଙ୍କ ଭାଇଙ୍କୁ ଫୋନ ଯୋଗେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଭୋର୍‌ରୁ କୁଏତ୍‌ର ଏକ ବହୁତଳ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ସମେତ ମୋଟ୍‌ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣ ଗୁରୁତର ହୋଇଛନ୍ତି, ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ରହୁଥିବା କୋଠାରେ ନିଆଁ ଲାଗିବା ଫରେ ୨ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ମହମ୍ମଦ ଜହୁର ମଧ୍ୟ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe