ଭିଜିଲାନ୍ସ ହାତରେ ଦୁଇ ପୁଲିସ ଅଧିକାରୀ: ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

Advertisment

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି।

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି।

vigilance

ପାପଡାହାଣ୍ଡି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦୁଇ ଜଣ ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୁଲିସ ଅଧିକାରୀଙ୍କୁ ଆଜି ଭିଜିଲାନ୍ସ ଧରିଛି। ପାପଡାହାଣ୍ଡି ଥାନା ଅନ୍ତର୍ଗତ  ଜାମୁଗୁଡା  ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।  ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୁଲିସ ଅଧିକାରୀ ହେଲେ ପ୍ରବେଶନାରୀ ପିରିୟଡ଼ରେ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ। 

ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତ। ଉଭୟଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏହି ଚଢ଼ାଉରେ ନବରଙ୍ଗପୁର ଓ କୋରାପୁଟର  ଦୁଇଟି ଟିମ ସାମିଲ ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe