ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ମନୋନୀତ

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକ ସନ୍ତୋଷ କୁମାର କର ଓ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ।

Teacher

ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ।

ରାଷ୍ଟ୍ରପତି ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଦେଶର ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁରେ କଳା ଶିକ୍ଷକ ଭାବେ କର୍ମରତ ଅଛନ୍ତି। ଦ୍ବିତୀ ଚନ୍ଦ୍ର ଏକାଧାରରେ ଶିକ୍ଷକ, ରାଜ୍ୟ ସାଧନ କର୍ମୀ ସାଙ୍ଗକୁ ପ୍ରତିଷ୍ଠିତ ସାହିତ୍ୟିକ, ଲୋକପ୍ରିୟ ସ୍ତମ୍ଭକାର, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ଭାବେ ଓଡ଼ିଶାରେ ପରିଚିତ। ଜନଜାତି ଶିକ୍ଷା, ଜନଜାତି  ସଂସ୍କୃତି ଓ ଗବେଷଣାରେ ତାଙ୍କର ଗଭୀର ପ୍ରବେଶ ରହିଛି ଏବଂ ଏଥିପାଇଁ ସେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁବାର ପୁରଷ୍କୃତ ଓ ସମ୍ମାନିତ। ରାୟଗଡା ଜିଲ୍ଲାର ପଦ୍ମପୁରରେ ଜନ୍ମିତ ଦ୍ବିତୀଚନ୍ଦ୍ର ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁଙ୍କ ସାନ ଭାଇ ଏବଂ ସେ ୨୦୦୧ରେ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ଶିକ୍ଷା ଗବେଷଣାରେ ନିଜର ରୁଚି ପ୍ରକଟ କରିଥିଲେ। 

ଏହି ଖବର ପଢ଼ନ୍ତୁ: ମାମଲାର ରଫାଦଫା ପାଇଁ ୧୫୦୦୦ ନେଉଥିଲେ ପୁଲିସ ବାବୁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe