କିବ୍‌: ରୁଷ୍‌ ଗତକାଲି ରାତି ସାରା ୟୁକ୍ରେନ୍ ରାଜଧାନୀ କିବ୍‌ ଉପରେ ଅତି ଭୟଙ୍କର ଆକ୍ରମଣ କରିଛି। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି। ରୁଷ୍‌ ୟୁକ୍ରେନ୍ ଉପରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ଓ ୪୫୦ ଡ୍ରୋନ୍‌ ମାଡ଼ କରିଛି। ୟୁକ୍ରେନ୍‌ରେ ବିଯୁକ୍ତ ୨୦ ଡିଗ୍ରି ତାପମାତ୍ରା ଥିବାବେଳେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଦ୍ବାରା ହଜାର ହଜାର ଲୋକ ଏବେ ଥଣ୍ଡା କବଳରୁ ନିଜକୁ ରକ୍ଷା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି।

Advertisment

ଆହୁରି ପଢନ୍ତୁ: Mohan Charan Majhi: ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା: ମୁଖ୍ୟମନ୍ତ୍ରୀ

କିବ୍‌ରେ ଏବେ ୧ ହଜାରରୁ ଅଧିକ ଘର ଅନ୍ଧାର ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ରୁଷ୍‌ ଆକ୍ରମଣ ଫଳରେ ୟୁକ୍ରେନ୍‌ରେ ଏକ ସ୍ମାରକୀ ଧ୍ବଂସ ହୋଇଯାଇଛି। ଜେଲେନସ୍କି କହିଛନ୍ତି, ରୁଷ୍‌ ଜାଣିଶୁଣି ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍‌ କରୁଛି। ଏବେ ବିଭିନ୍ନ ଅଞ୍ଚଳରେ ସ୍ବାଭାବିକ ସ୍ଥିତି ଫେରାଇବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

ଆହୁରି ପଢନ୍ତୁ: Dispute between Saudi Arabia and the UAE : ୟୁଏଇବାସୀ, ତୁମେ ମନ୍ଦିର ନିର୍ମାଣ କରୁଥିବା ଭାରତୀୟ: ସାଉଦି ଆରବର ଟ୍ରୋଲର୍ସ ବିଷ ଓଗାଳିବା ପରେ ମିଳିଲା କଡ଼ା ଜବାବ

ଏକ୍ସରେ ଏକ ପୋଷ୍ଟ୍‌ କରି ଜେଲେନସ୍କି କହିଛନ୍ତି, ରୁଷ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସହ ୭୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ୪୦୦ରୁ ଅଧିକ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରିଛି। ସମି, ଖାରକିବ ଓ ରାଜଧାନୀ କିବ୍‌ ସମେତ ନିପ୍ରୋ, ଓଡ଼େସାର ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଆକ୍ରମଣ କରିଥିବା ସେ କହିଛନ୍ତି। ରୁଷ୍‌ ଆକ୍ରମଣରେ କିବ୍‌ରେ ୯ ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଆବୁଧାବିରେ ଆମେରିକା ନେତୃତ୍ବରେ ରୁଷ୍‌-ୟୁକ୍ରେନ୍ ବୈଠକର ଦିନକ ପୂର୍ବରୁ ୟୁକ୍ରେନ୍‌ ଉପରେ ଆଜି ରୁଷ୍‌ ଏଭଳି ଭୟଙ୍କର ଆକ୍ରମଣ କରିଛି।