ସମ୍ବଲପୁର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ସମ୍ବଲପୁର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପରେ ସେ ଭୁବନେଶ୍ୱରରେ ରୋଡ ସୋ’ ଏବଂ ସଭା କରିବେ।

ମୋଦୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସଂଧ୍ୟାରେ ସମ୍ବଲପୁର ରେମେଡ୍‌ ନିକଟରେ ମଙ୍ଗଳବାର ହେବାକୁ ଥିବା ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସେହିଭଳି ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ, ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ସମ୍ବଲପୁର ଡିଆଇଜି ସଂଜୀବ ଅରୋରାଙ୍କ ସହ ଆଲୋଚନା କରିଛନ୍ତି। ମୋଦୀଙ୍କ ସଭା ପାଇଁ ଭାରତୀୟ ଜନତା ପାର୍ଟି କର୍ମୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe