ଗାଁ ଦାଣ୍ଡରେ ଅଜଣା ଜନ୍ତୁ, ଆତଙ୍କିତ ଗ୍ରାମବାସୀ

Advertisment

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ଭୟl ବାଘ ହୋଇଥିବା ନେଇ ଆତଙ୍କିତ ଗ୍ରାମବାସୀl

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ଭୟl ବାଘ ହୋଇଥିବା ନେଇ ଆତଙ୍କିତ ଗ୍ରାମବାସୀl

kam

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ଭୟl ବାଘ ହୋଇଥିବା ନେଇ ଆତଙ୍କିତ ଗ୍ରାମବାସୀl ସୂଚନା ଅନୁସାରେ ଗତକାଲି ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏକ ଅଜଣାଜନ୍ତୁ ଯିବାର ସିସିଟିଭିରେ କଏଦ ହୋଇଥିଲାl ଜନ୍ତୁର ଚିତ୍ରଟିକୁ ଦେଖିବା ପରେ ତାହା ବାଘ ଭଳି ଦେଖିବାକୁ ହୋଇଥିବା ବେଳେ ଗାଁରେ ଆତଙ୍କ ଖେଳିଯାଇଛିl

କିଛି ଦିନ ପୂର୍ବରୁ ଏହି ଅଞ୍ଚଳର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲରୁ ପୁଇନ ନାୟକ ନାମୀ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେl ସେହିପରି ବାଘ ଆକ୍ରମଣରେ ଦୁଇଟି ଗୋରୁ ମଧ୍ୟ ଗୁରୁତର ହୋଇଥିଲେl ଯାହାକୁ ନେଇ ବନବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ ଘାଗରାମୁଣ୍ଡା ଗାଁରେ ଏହି ଅଜଣାଜନ୍ତୁକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳିଯାଇଛିl ଅନ୍ୟ ପଟେ ମହାବିରୋଡ଼ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଦେଖି ଏହା ବାଘ ନ ହୋଇଥାଇ ପାରେ କିନ୍ତୁ ବନବିଭାଗ ତରଫରୁ ଜନ୍ତୁ କୁ ଚିନ୍ହଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe