ଚନ୍ଦାହାଣ୍ଡି : ମୂମୁର୍ଷୁ ଅବସ୍ଥାରେ ଅପରିଚିତ ବାଳକ ଉଦ୍ଧାର

Advertisment
ଚନ୍ଦାହାଣ୍ଡି : ମୂମୁର୍ଷୁ ଅବସ୍ଥାରେ ଅପରିଚିତ ବାଳକ ଉଦ୍ଧାର

ଚନ୍ଦାହାଣ୍ଡି :  ଚନ୍ଦାହାଣ୍ଡି ବ୍ଲକ ଫଟିକି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବତାଝର ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଅସହାୟ ପ୍ରାୟ ପଡିରହିଥିବା ଜଣେ ଅପରିଚିତ ବାଳକଙ୍କୁ  ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି ।

ବିବରଣୀରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଅଚିହ୍ନା ଅସହାୟ ବାଳକ ଜଣକ ବତାଝର ଗ୍ରାମ ରାସ୍ତା ପାର୍ଶ୍ଵ ରେ ମୂମୁର୍ଷୁ ଅବସ୍ଥାରେ ପଡିରହିଥିବା ଦେଖି ଗ୍ରାମବାସୀ ସ୍ଥାନୀୟ ସମାଜସେବୀ ସନ୍ତୋଷ ପଟ୍ଟନାୟକଙ୍କୁ ଖବର ଦେବା ପରେ ସେ ସେଠାରେ ପହଞ୍ଚି ତାଙ୍କୁ  ଉଦ୍ଧାର କରି ଦେଓବନ୍ଧ ଗ୍ରାମକୁ ଆଣି ଖାଇବାକୁ ଦେବା ସହ ଶୀତ କାକରରେ ଥରୁଥିବା ଦେଖି ଶୀତବସ୍ତ୍ର ଦେଇ ନିଜ ଗ୍ରାମରେ ରଖି ଥିଲେ ।  ଆଜି ସକାଳୁ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ନିମନ୍ତେ ୧୦୮ କୁ ଯୋଗାଯୋଗ କରିଥିଲେ । କିନ୍ତୁ ୧୦୮ ନ ଥିବା ରୁ ନିଜେ ଏକ ଗାଡି ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।

ତେବେ ବାଳକ ଜଣକ ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ଦିନ ହେବ ଏଆଡେ ସେଆଡେ ଘୁରିବୁଲି  ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାରୁ ଡାକ୍ତରଖାନାରେ ଡ. ମନିଷ ପୁରୋହିତ ତାଙ୍କୁ ସାନିଟାଇଜ କରି ନୂତନ ବସ୍ତ୍ର ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି । ବର୍ତ୍ତମାନ  ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ପୁରୋହିତ ପ୍ରକାଶ କରିଛନ୍ତି । ବାଳକ ଜଣକ କଥାବାର୍ତ୍ତା କରି ପାରୁନଥିବାରୁ ତା'ର ପରିଚୟ ଜଣାପଡୁନାହି । କିଛି ଦିନ ପୂର୍ବରୁ ଏଭଳି ଜଣେ ଅପରିଚିତ ମହିଳା ବତାଝର ଶ୍ମଶାନରେ ପଡିରହିଥିବା ଜାଣିବା ପରେ ସମାଜସେବୀ ସନ୍ତୋଷ ପଟ୍ଟନାୟକ ଉଦ୍ଧାର କରି ଚନ୍ଦାହାଣ୍ଡି ସିଏଚସିରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାରବର୍ଗ ତାଙ୍କୁ ଚନ୍ଦାହାଣ୍ଡି ଆସି ନିଜ ଘରକୁ ନେଇ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe