ଉତ୍ତର ପ୍ରଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ; ଭୋଟ୍‌ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ମୋଦୀଙ୍କ ଅନୁରୋଧ

Advertisment
ଉତ୍ତର ପ୍ରଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ; ଭୋଟ୍‌ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ମୋଦୀଙ୍କ ଅନୁରୋଧ

Image Courtesy of ANI

ନୂଆଦିଲ୍ଲୀ: ଆଜି ୪ର୍ଥ ପର୍ଯ୍ୟାୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବ‌େଳେ ଗଣତନ୍ତ୍ରକୁ ମଜ୍‌ଭୁତ୍‌ କରିବା ଲାଗି ବହୁସଂଖ୍ୟାରେ ଭୋଟ୍‌ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି।

ଟୁଇଟ୍‌ କରି ଆଜି ସକାଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନର ଚତୁର୍ଥ ପର୍ଯ୍ୟାୟ। ସମସ୍ତ ଭୋଟ୍‌ତାଦାଙ୍କୁ ମୋର ଅନୁରୋଧ, ନିଜ ନିଜର ବହୁମୂଲ୍ୟ ଭୋଟ୍‌ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୁଅନ୍ତୁ।

ସୂଚନାଯୋଗ୍ୟ, ଆଜି ୪ର୍ଥ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭାର ୫୯ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଉଛି। ବିଲିଭିଟ୍‌, ଲଖିମ୍‌ପୁର ଖେରି, ସୀତାପୁର, ହର୍ଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଏ ବରେଲି, ବାନ୍ଦା ଏବଂ ଫତେପୁର ଆଦି ୯ଟି ଜିଲ୍ଲାରେ ଚାଲିଥିବା ଆଜିର ମତଦାନରେ ୬୨୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ।

publive-image Mayabati Casts her vote; Image Courtesy of Zee News

ଗତବର୍ଷ କଂଗ୍ରେସ ଛାଡ଼ି ‘ବିଜେପି’ରେ ଯୋଗ ଦେଇଥିବା ରାଏ ବରେଲି ବିଧାୟକ ଅଦିତି ସିଂହ ଆଜି ଭୋଟ୍‌ ଦେବା ପରେ କହିଛନ୍ତି, ଦୀର୍ଘ ବର୍ଷ ହେବ କଂଗ୍ରେସର ଗଡ଼ କୁହାଯାଉଥିବା ରାଏ ବରେଲିରେ ଗୈରିକ ଦଳ ବିଜୟୀ ହେବ।

ସେହିପରି, ଲକ୍ଷ୍ନୌସ୍ଥିତ ମୁନିସ୍‌ପାଲ୍‌ ନର୍ସରି ସ୍କୁଲ୍‌ ମତଦାନ କେନ୍ଦ୍ରରେ ‘ବିଏସ୍‌ପି’ ମୁଖ୍ୟ ମାୟାବତୀ ମଧ୍ୟ ଭୋଟ୍‌ ଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପରେ ପରେ ଲକ୍ଷ୍ନୌ ଏବଂ ରାଏବରେଲିର ଏକାଧିକ ବୁଥ୍‌ରେ ‘ଇଭିଏମ୍‌’ ଅଚଳ ହୋଇପଡ଼ିଥିବାରୁ ଭୋଟ୍‌ ଦାନରେ ବ୍ୟାଘାତ ସୃଷ୍ଟି ହୋଇଥିବା କଥା ‘ଟୁଇଟ୍‌’ କରି ସମାଜବାଦୀ ପାର୍ଟି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe