ମୁମ୍ବାଇ: ସାମାନ୍ୟ ଆଘାତ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ପୋଷ୍ଟ ସେୟାର କରି ମୋ ପାଇଁ ପ୍ରାର୍ଥନା କର ବୋଲି କହିବାରୁ ଟ୍ରୋଲ କଲେ ଲୋକେ। ଉର୍ବଶୀ କିଛି ଦିନ ତଳେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିବା ଦେଖାଇଥିଲେ। ଭିଡିଓରେ ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ସାମାନ୍ୟ ଆଘାତ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୋ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଲେଖିଥିଲେ ଉର୍ବଶୀ। ଏବେ ତାଙ୍କର ଏହି ଭିଡିଓ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି।
ପ୍ରଥମେ ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଥିଲେ ଯେ, ମୋ ପାଇଁ ପ୍ରାର୍ଥନା କର ।
ଦ୍ୱିତୀୟ ପୋଷ୍ଟରେ ସେ କିଛି ଫଟୋ ସେୟାର କରିଥିବା ବେଳେ ଫଟୋରେ ଗୋଲାପ ଫୁଲ ସହ ନଜର ଆସିଥିଲେ। ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକ ତାଙ୍କୁ ୧ଲକ୍ଷ ଗୋଲାପ ଫୁଲ ପଠାଇଥିବା ଦାବି କରିଥିଲେ ଉର୍ବଶୀ। ତାଙ୍କର ଏହି ୨ଟି ପୋଷ୍ଟ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/tGjxOqAtPDxdl3gyCIFU.jpg)