ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ ହେଲେ ମନ୍ତ୍ରୀ ଉଷା ଦେବୀ

Advertisment
ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ ହେଲେ ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ୪ର୍ଥ ଥର ପାଇଁ ବିଧାନସଭାକୁ ଚିକିଟି ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଉଷା ଦେବୀ ୧୯୯୦ ମସିହାରେ ପ୍ରଥମେ ଜନତା ଦଳ ଟିକେଟ୍‌ରେ ନିର୍ବାଚିତ ହୋଇ ବିଧାନସଭାକୁ ପ୍ରବେଶ କରିଥିଲେ। ତେବେ ୧୯୯୫ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କଠାରୁ ପରାଜିତ ହୋଇଥିଲେ।

କିନ୍ତୁ ୨୦୦୦ ମସିହାଠାରୁ କ୍ରମାଗତ ଭାବେ ସେ ୩ ଥର ବିଜୁ ଜନତା ଦଳ ଟିକେଟ୍‌ରେ ଜିତି ଆସିଛନ୍ତି। ଏଥର ସେ ୪ର୍ଥ ଥର ପାଇଁ ବିଜୟୀ ହେଲେ। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୨ ଜଣ ମହିଳା ମନ୍ତ୍ରୀ ଥିଲେ। ସେଥିମଧ୍ୟରୁ ଉଷା ଦେବୀ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe