ଯେଉଁଦିନ ବିଜେପି ଛାଡ଼ିବି, ସେହିଦିନ ମୋ ରାଜନୈତିକ ଜୀବନର ଶେଷ ଦିନ ହେବ : ବରୁଣ ଗାନ୍ଧି

Advertisment
ବରୁଣ ଗାନ୍ଧି ଆଣିଲେ ଏମ୍‌ଏସ୍‌ପି ଉପରେ ପ୍ରଥମ ପ୍ରାଇଭେଟ୍ ବିଲ୍

ndtv.com

ପିଲିଭିଟ: କଂଗ୍ରେସରେ ଯୋଗ ଦେଉଥିବା ଖବରକୁ ଖଣ୍ଡନ କରି ବିଜେପି ନେତା ବରୁଣ ଗାନ୍ଧି କହିଛନ୍ତି ଯେ ସେ ଯେଉଁ ଦିନ ବିଜେପି ଛାଡିବେ ସେହିଦିନ ତାଙ୍କ ରାଜନୈତିକ ଜୀବନର ଶେଷ ଦିନ ହେବ । ଏକ ଜାତୀୟ ସ୍ତରର ଖବରକାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ୧୫ ବର୍ଷ ତଳେ ବିଜେପିରେ ଯୋଗ ଦେବାବେଳେ ସେ ଏହି କଥା କହିଥିଲେ, ଆଜି ମଧ୍ୟ ତାହା ସତ୍ୟ ।

ଅନ୍ୟପକ୍ଷରେ ନିଜ ମାଙ୍କ ସହ ଆସନ ଅଦଳବଦଳ କରାଯିବା ସଂପର୍କରେ ସେ କହିଛନ୍ତି ଯେ ଦଳ ଏଥିପାଇଁ ନିଷ୍ପତ୍ତି ନେଲା ଓ ଜଣ ଶୃଙ୍ଖଳିତ କର୍ମୀଭାବେ ତାହାକୁ ସେ ପାଳନ କଲେ ।

ସୂଚନାଯୋଗ୍ୟ ଯେ ବରୁଣ ଏଥର ପିଲିଭିଟ ଆସନରୁ ଲଢୁଛନ୍ତି । ସେ କଂଗ୍ରେସରେ ମିଶିବେ ବୋଲି କିଛି ଦିନ ତଳେ ଚର୍ଚ୍ଚା ଉଠିଥିଲା । କିନ୍ତୁ ଗତ ମାସରେ ତାଙ୍କ ନାଁ ବିଜେପି ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାର ଅବସାନ ହୋଇଛି । ସେହିପରି ସୁଲତନପୁରରୁ ତାଙ୍କ ମା ମେନକା ଗାନ୍ଧି ଲଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe