ରାଉରକେଲା: ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ୧୨୧ ବର୍ଷରେ ପଦାର୍ପଣ କରିଥିବା ଏହି ଐତିହାସିକ ମେଳାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟ ବାହାରୁ ବ୍ୟବସାୟୀମାନେ ମେଳାରେ ପସରା ମେଲିଲେଣି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଳାରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ୭ ଜଣ ଅତିରିକ୍ତ ଏସ୍ପି ଏବଂ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ୬୬ ଜଣ ଏସ୍ଆଇ/ଏଏସ୍ଆଇଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ୧୩ ଜଣ ଟ୍ରାଫିକ୍ ଓ ୮ ଜଣ ପୁଲିସ କନେଷ୍ଟବଳଙ୍କ ସହ ୨୨୦ ଜଣ ଗୃହରକ୍ଷୀ ମଧ୍ୟ ପ୍ରତିଦିନ ମେଳା ଜଗିବେ। ଏହିକ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ଏସ୍ପି ମେଳା ପଡ଼ିଆ ପରିଦର୍ଶନ କରି ନିୟୋଜିତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି। ତେଣୁ ଦର୍ଶନ ଏବଂ ମେଳା ବୁଲାବୁଲି ବେଳେ କୌଣସି ଅସୁବିଧା ହେବ ନାହିଁ ବୋଲି ଏସ୍ପି ନୀତେଶ ୱାଧୱାନୀ କହିଛନ୍ତି।
ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାକୁ ନେଇ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଓଡ଼ିଶାର ବିଭିନ୍ନ କୋଣଅନୁକୋଣ ତଥା ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଶ୍ରଦ୍ଧାଳୁ ମେଳା ବୁଲିବାକୁ ଆସିବେ। ବେଦବ୍ୟାସ ଶୈବପୀଠ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇବା ପରଠୁ ସୌନ୍ଦର୍ଯ୍ୟୀକରଣ କାମ ଜୋର ଧରିଛି। ପୀଠ ପରିସରରେ ଶ୍ରୀଜଗନ୍ନାଥ, ଶ୍ରୀ ରଘୁନାଥ, ମା’ ଦୁର୍ଗା ମନ୍ଦିର, ପ୍ରଭୁ ହନୁମାନ ମନ୍ଦିର, ଶ୍ରୀ ଚନ୍ଦ୍ରଶେଖର ଓ ଶ୍ରୀ ବାଲୁଙ୍କେଶ୍ବରଙ୍କ ଅତି ପ୍ରାଚୀନ ମନ୍ଦିର ସହ ଶ୍ରୀ ରାଧାକ୍ରିଷ୍ଣ ଏବଂ ବିଶ୍ବନାଥ ମନ୍ଦିର ମଧ୍ୟ ରହିଛି। ଶ୍ରୀ ବାଲୁଙ୍କେଶ୍ବର ମହଦେବଙ୍କ ମନ୍ଦିର ସମ୍ମୁଖରେ ୧୯୯୦ ମସିହାଠାରୁ ଏପର୍ଯ୍ୟନ୍ତ ଅଖଣ୍ଡ ମହାମନ୍ତ୍ର ନାମ ସଂକୀର୍ତ୍ତନ ଚାଲିଛି ଯାହା ବେଦବ୍ୟାସ ପୀଠର ଅନ୍ୟତମ ଆକର୍ଷଣ। ଏହି ପବିତ୍ରସ୍ଥଳର ଅନ୍ୟ ଏକ ବିଶେଷତ୍ବ ହେଉଛି, ପ୍ରୟାଗରାଜ ପରି ଏହା ଏକ ତ୍ରିବେଣୀ ସଙ୍ଗମ। କୋଏଲ ଓ ଶଙ୍ଖ ନଦୀ ସହ କ୍ଷୀଣସ୍ରୋତା ସରସ୍ବତୀର ସଙ୍ଗମରୁ ଏଠାରୁ ରାଜ୍ୟର ଅନ୍ୟତମ ବୃହତମ ନଦୀ ବ୍ରାହ୍ମଣୀର ଉତ୍ପତ୍ତି। ଏହି ମହାନ୍ ଶୈବପୀଠରେ ହେବାକୁ ଯାଉଥିବା ବର୍ଷର ସବୁଠୁ ବଡ଼ ମହୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।

Follow Us