୧୨୧ ବର୍ଷରେ ପ୍ରସିଦ୍ଧ ବେଦବ୍ୟାସ ମେଳା, ବୁଧବାରଠୁ ଆରମ୍ଭ

ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ୧୨୧ ବର୍ଷରେ ପଦାର୍ପଣ କରିଥିବା ମେଳାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ପରି ଏଥର ବି ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ପସରା ମେଲିଲେଣି।

bn

ରାଉରକେଲା: ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ୧୨୧ ବର୍ଷରେ ପଦାର୍ପଣ କରିଥିବା ମେଳାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ପରି ଏଥର ବି ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ପସରା ମେଲିଲେଣି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାକୁ ନେଇ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତିଦିନ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ହଜାରହଜାର ଶ୍ରଦ୍ଧାଳୁ ମେଳା ବୁଲିବାକୁ ଆସିବେ।

୧୨୧ ବର୍ଷ ହେଲା ବେଦବ୍ୟାସ ମେଳା ତା’ର ମୂଳ ପରମ୍ପରାକୁ ଉଜ୍ଜୀବିତ ରଖିପାରିଛି। ବେଦବ୍ୟାସ ଶୈବପୀଠ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇବା ପରଠୁ ସୌନ୍ଦର୍ଯ୍ୟୀକରଣ କାମ ଚାଲିଛି। ବେଦବ୍ୟାସ କ୍ଷେତ୍ର ଗୁରୁକୁଳ ଆଶ୍ରମ ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ପରିପୂର୍ଣ୍ଣ। ପୀଠ ପରିସରରେ ଶ୍ରୀଜଗନ୍ନାଥ, ଶ୍ରୀ ରଘୁନାଥ, ମା’ ଦୁର୍ଗା ମନ୍ଦିର, ପ୍ରଭୁ ହନୁମାନ ମନ୍ଦିର, ଶ୍ରୀ ଚନ୍ଦ୍ରଶେଖର ଓ ଶ୍ରୀ ବାଲୁଙ୍କେଶ୍ବରଙ୍କ ଅତି ପ୍ରାଚୀନ ମନ୍ଦିର ରହିଛି। ଶ୍ରୀ ରାଧାକ୍ରିଷ୍ଣ ମନ୍ଦିର, ଶ୍ରୀ ବିଶ୍ବନାଥ ମନ୍ଦିର ମଧ୍ୟ ରହିଛି। ସେମିତି କ୍ଷୀଣସ୍ରୋତା ସରସ୍ବତୀ ନଦୀର ଉତ୍ପତ୍ତି ସ୍ଥଳରେ ରହିଛି ମା’ ସରସ୍ବତୀଙ୍କ ମନ୍ଦିର ଛିଡ଼ା ହୋଇଛି। ଶ୍ରୀ ବାଲୁଙ୍କେଶ୍ବର ମହଦେବଙ୍କ ମନ୍ଦିର ସମ୍ମୁଖରେ ୧୯୯୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ଅଖଣ୍ଡ ମହାମନ୍ତ୍ର ନାମ ସଂକୀର୍ତ୍ତନ ଚାଲିଆସୁଛି। ଦୀର୍ଘ ୩୪ ବର୍ଷ ଧରି ଚାଲିଥିବା ଅହୋରାତ୍ର ନାମସଂକୀର୍ତ୍ତନ ପୀଠର ଅନ୍ୟତମ ଆକର୍ଷଣ। ନିକଟରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ବୈଦିକ ଗୁରୁକୁଳ ଆଶ୍ରମ ବିଦ୍ୟମାନ। ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ହିନ୍ଦୁ ଧର୍ମର ମହାଗ୍ରନ୍ଥ ମହାଭାରତର ରଚୟିତା ମହର୍ଷି ବ୍ୟାସଦେବଙ୍କ ଅନୁସାରେ ନାମକରଣ କରାଯାଇଛି। ପବିତ୍ରସ୍ଥଳର ଅନ୍ୟ ଏକ ବିଶେଷତ୍ବ ହେଉଛି, ପ୍ରୟାଗରାଜ ପରି ଏହା ଏକ ସଙ୍ଗମ କ୍ଷେତ୍ର। କୋଏଲ୍‌ ଓ ଶଂଖ ନଦୀ ସହିତ କ୍ଷୀଣସ୍ରୋତା ସରସ୍ବତୀର ସଙ୍ଗମ ଫଳରେ ଏହିଠାରୁ ହିଁ ରାଜ୍ୟର ଅନ୍ୟତମ ବଡ଼ ନଦୀ ବ୍ରାହ୍ମଣୀର ଉତ୍ପତ୍ତି। ତେଣୁ ଏହି ମହାନ୍ ଶୈବପୀଠରେ ହେବାକୁ ଯାଉଥିବା ବର୍ଷର ସବୁଠୁ ବଡ଼ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe