Vehicle seized:ଭଦ୍ରକରୁ କୋଲକାତା ଯାଉଥିବାବେଳେ ଗୋରୁ ଗାଡି ଜବତ

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟ ପାର୍କ ହୋଟେଲ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି

ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟ ପାର୍କ ହୋଟେଲ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି

Screenshot_20260206-075512_WhatsApp

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭରବ୍ରିଜ ନିକଟ ପାର୍କ ହୋଟେଲ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ଭଦ୍ରକରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇଚର ଗାଡି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଗାଡିକୁ ଛାଡି ଚାଳକ ଓ ଖଲାସୀ ଫେରାର ହୋଇଯାଇଥିବା ବେଳେ ଗାଡିଟି ସେଠାରେ ରହିଥିଲା।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଯାଞ୍ଚ କରିବା ପରେ ଏଥିରେ ଗୋରୁ ଥିବା ଜାଣିବାକୁ ପାଇ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଏଥିରେ ଥିବା ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe