ମୃତ୍ୟୁ ବି ଏମିତି ଆସେ: ରାତି ପାହିଥିଲେ ହୋଇଥାନ୍ତା ଗୃହପ୍ରବେଶ, ଦୁର୍ଘଟଣାରେ ଚାଲିଗଲା ପ୍ରାଣୀ ଡାକ୍ତରଙ୍କ ଜୀବନ

ଭୋଜିପାଇଁ ଡା. କୁଜୁର ସମ୍ପର୍କୀୟ କିରଣ ଲାକଡ଼ା(୨୬)ଙ୍କ ସହ ଜରେଇକେଲାର ବନ୍ଧଖମନକୁ ଖାସି ଆଣିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ସେହି ବନ୍ଧଖମନ ନିକଟରେ ବାଇକ୍‌ ସାମ୍ନାକୁ ଏକ ଟ୍ରାକ୍ଟର ଆସି ଯାଇଥିଲା। ଚାଲିଗଲା ପ୍ରାଣୀଡାକ୍ତରଙ୍କ ଜୀବନ।

Dead

ରାଜଗାଙ୍ଗପୁର: ରାତି ପାହିଥିଲେ ହୋଇଥାନ୍ତା ଗୃହପ୍ରବେଶ। ଏଥିପାଇଁ ଘରେ ବନ୍ଧୁବାନ୍ଧବ ସବୁ ଜମା ହୋଇଯାଇଥିଲେ। ମଙ୍ଗଳବାର ଭୋଜି ପାଇଁ ପ୍ରସ୍ତୁତି ଚାଲିଥିଲା। ଏଥିପାଇଁ ଆବଶ୍ୟକ ଖାସି ଆଣିବାକୁ ବନ୍ଧଖମନ ଯାଇଥିଲେ। ଫେରିବାବେଳେ ଦୁର୍ଘଟଣାର ଶିକାର ହୋଇ ଚାଲିଗଲା ଅବସରପ୍ରାପ୍ତ ପ୍ରାଣୀଡାକ୍ତର ଡାକ୍ତର ହରଦୁନ କୁଜୁର(୬୧)ଙ୍କ ଜୀବନ। ଏପରି ଘଟଣା ରାଜଗାଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ରାଜଗାଙ୍ଗପୁର କୁଣ୍ଡୁପଡ଼ାରେ ଡା. କୁଜୁରଙ୍କ ନୂତନଗୃହ ନିର୍ମାଣ ସରିଛି। ମଙ୍ଗଳବାର ଥିଲା ତାହାର ଗୃହପ୍ରବେଶ। ଏଥିପାଇଁ ଭୋଜିର ବନ୍ଦୋବସ୍ତ ହୋଇଥିଲା। ଭୋଜିପାଇଁ ଡା. କୁଜୁର ସମ୍ପର୍କୀୟ କିରଣ ଲାକଡ଼ା(୨୬)ଙ୍କ ସହ ଜରେଇକେଲାର ବନ୍ଧଖମନକୁ ଖାସି ଆଣିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ସେହି ବନ୍ଧଖମନ ନିକଟରେ ବାଇକ୍‌ ସାମ୍ନାକୁ ଏକ ଟ୍ରାକ୍ଟର ଆସି ଯାଇଥିଲା। ବାଇକ୍‌ଚାଳକ ଭାରସାମ୍ୟ ହରାଇ ଟ୍ରାକ୍ଟର ସହିତ ଧକ୍କା ଦେଇଥିଲେ। ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଡା. କୁଜୁରଙ୍କୁ ଉଦ୍ଧାରକରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସୂଚନା ଅନୁସାରେ, ରାଜଗାଙ୍ଗପୁର କୁଣ୍ଡୁପଡ଼ାରେ ଡା. କୁଜୁରଙ୍କ ନୂତନଗୃହ ନିର୍ମାଣ ସରିଛି। ମଙ୍ଗଳବାର ଥିଲା ତାହାର ଗୃହପ୍ରବେଶ। ଏଥିପାଇଁ ଭୋଜିର ବନ୍ଦୋବସ୍ତ ହୋଇଥିଲା। ଭୋଜିପାଇଁ ଡା. କୁଜୁର ସମ୍ପର୍କୀୟ କିରଣ ଲାକଡ଼ା(୨୬)ଙ୍କ ସହ ଜରେଇକେଲାର ବନ୍ଧଖମନକୁ ଖାସି ଆଣିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ସେହି ବନ୍ଧଖମନ ନିକଟରେ ବାଇକ୍‌ ସାମ୍ନାକୁ ଏକ ଟ୍ରାକ୍ଟର ଆସି ଯାଇଥିଲା। ବାଇକ୍‌ଚାଳକ ଭାରସାମ୍ୟ ହରାଇ ଟ୍ରାକ୍ଟର ସହିତ ଧକ୍କା ଦେଇଥିଲେ। ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଡା. କୁଜୁରଙ୍କୁ ଉଦ୍ଧାରକରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କିରଣ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe