ମୁମ୍ବାଇ: ଷ୍ଚାର ଦମ୍ପତ୍ତି ହେଲେ ମାତାପିତା। ବଲିଉଡର ନାମିଦାମି ଷ୍ଟାର ଦମ୍ପତି ଭାବରେ ଜଣାଶୁଣା ଥିବା କ୍ୟାଟ୍ରିନା କୈଫ୍- ଭିକି କୌଶଲଙ୍କ ବିବାହର ୪ ବର୍ଷ ପରେ ସେମାନେ ମାତା ପିତା ହେବାର ସୌଭାଗ୍ଯ ଲାଭ କରିଛନ୍ତି। କ୍ୟାଟ୍ରିନା କୈଫ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଜି ୭ ନଭେମ୍ବରରେ ଏହି ଖୁସି ଖବରକୁ ଦମ୍ପତି ନିଜ ସୋସିଆଲ ମିଡିଆ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି ।

Advertisment

ଅଭିନୟ ଏବଂ ନୃତ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ୟାଟ୍ରିନା। ସେ ଚାରୋଟି ସ୍କ୍ରିନ୍ ପୁରସ୍କାର ଏବଂ ଚାରୋଟି ଜୀ ସିନେ ପୁରସ୍କାର ସହିତ ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇସାରିଛନ୍ତି। କୈଫ୍ ୯ ଡିସେମ୍ବର ୨୦୨୧ରେ ରାଜସ୍ଥାନର ସୱାଇ ମାଧୋପୁରରେ ଅଭିନେତା ଭିକି କୌଶଲଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ କ୍ୟାଟ୍ରିନା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ୪୨ ଵର୍ଷରେ କ୍ୟାଟ୍ରିନା ମା ହେବାର ସୌଭାଗ୍ୟ ପାଇଛନ୍ତି। ଦୁହେଁ ଆଜି ୭ ନଭେମ୍ବରରେ ନିଜର ସନ୍ତାନକୁ ସ୍ବାଗତ କରଛନ୍ତି। କ୍ୟାଟ୍ରିନା ଗର୍ଭବତୀ ଥିବାର ଖବର ଆଗରୁ ଚର୍ଚ୍ଚା ହେଉଥିଲେ ବି , ୨୩ ସେପ୍ଟେମ୍ବର ୨୦୨୫ରେ ସେମାନେ(କ୍ୟାଟ୍ରିନା କୈଫ୍- ଭିକି କୌଶଲ) ଏନେଇ ଘୋଷଣା କରିଥିଲେ ।

ଆହୁରି ପଢନ୍ତୁ: Police Complain by Iran women: ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ଇରାନୀ ବୋହୂ, ୨ ବର୍ଷ ତଳେ ୟୁଟ୍ୟୁବରଙ୍କୁ କରିଥିଲେ ବିବାହ

ଭିକି କୌଶଲ କଲେ ଏପରି ପୋଷ୍ଟ 
ଏହି ଖୁସି ଖବରକୁ ଭିକି କୌଶଲ ନିଜର ଇନ୍ସଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, 'ଆମର ଖୁସିର ମୁହୂର୍ତ୍ତ ଆସିଯାଇଛି | ଆମେ ଆମ ପୁତ୍ର ସନ୍ତାନକୁ ସ୍ୱାଗତ କରୁଛୁ | " ଦମ୍ପତ୍ତିଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କମେଣ୍ଟ ବକ୍ସ ଅଭିନନ୍ଦନ ବାର୍ତ୍ତାରେ ଭରିଯାଇଛି। କେବଳ ଫ୍ୟାନ୍ପ ନୁହେଁ ବଲିଉଡର ଅନେକ ନାମୀଦାମୀ କଳାକାର ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।