ସିମଲା: ହିମାଚଳପ୍ରଦେଶର ସିମଲାର ଏକ ହସ୍ପିଟାଲ ନିକଟରେ ମଣିଷ ଗୋଡ଼କୁ ପାଟିରେ କାମୁଡି ବୁଲା କୁକୁର ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିଲା। ତଦନ୍ତ ରିପୋର୍ଟରୁ ମେଡିକାଲ୍ ବର୍ଜ୍ୟବସ୍ତୁ ନିଷ୍କାସନ ନେଇ ହସ୍ପିଟାଲରେ ଘୋର ଅବହେଳା କରାଯାଉଥିବା ଜଣାପଡ଼ିଛି।

Advertisment

ସିମଲାର ଚାମିୟାନାରେ ଥିବା ସରକାରୀ ପରିଚାଳିତ ଅଟଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସୁପର ସ୍ପେସାଲିଟିଜ୍ ପରିସରରେ ଏକ ବୁଲା କୁକୁର କଟା ଗୋଡକୁ କାମୁଡ଼ି ନେଉଥିବାର ଭିଡିଓ କର୍ତ୍ତୃପକ୍ଷଙ୍କୁ ଘଟଣାର ତଦନ୍ତ କରିବାକୁ ପ୍ରେରଣା ଦେଇଥିଲା।ତଦନ୍ତରୁ ଜଣାପଡିଛି, ଗତ ଗୁରୁବାର ଦିନ ହସ୍ପିଟାଲରେ ଏକ ଅସ୍ତ୍ରୋପଚାର ସମୟରେ ୬୧ ବର୍ଷୀୟ ଆତର ସିଂହଙ୍କ ଗୋଡ଼ କାଟି ଦିଆଯାଇଥିଲା। ଏହି କଟା ଗୋଡ଼କୁ ହସ୍ପିଟାଲର ଷ୍ଟୋର ରୁମ୍‌ରେ ଏକ ଲଫାପାରେ ରଖାଯାଇଥିଲା। ପରିମଳ ସଂସ୍ଥାକୁ ଏହାକୁ ନଷ୍ଟ କରିବାକୁ କୁହାଯାଇଥିଲା। ଫେବ୍ରୁଆରି ୨୨ ତାରିଖ ସୋମବାର ଦିନ କର୍ମଚାରୀମାନେ ଷ୍ଟୋର ରୁମ୍‌ର ଦ୍ୱାର ବନ୍ଦ କରିବାକୁ ଭୁଲି ଯାଇଥିଲେ। 

ଆହୁରି ପଢନ୍ତୁ:Salman Agha's: ସଲମାନ ଆଗାଙ୍କ ପତ୍ନୀ ଓ ପୁତ୍ରକୁ ଧମକ

ଏହି ସମୟରେ, ବୁଲା କୁକୁରଟି ଖାଦ୍ୟ ଅନ୍ବେଷଣରେ ଷ୍ଟୋର ରୁମ୍‌ରେ ପ୍ରବେଶ କରି କଟା ଗୋଡ଼କୁ ପାଟିରେ କାମୁଡି ବାହାରକୁ ପଳାଇ ଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ ଅଟଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସୁପର ସ୍ପେସାଲିଟିର ପରିଚାଳନା ବୋର୍ଡ ଏହି ଘଟଣା ପାଇଁ ପରିମଳ ପର୍ଯ୍ୟବେକ୍ଷକ ଓ ପରିମଳ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।