ରାଉରକେଲା: ସରକାରୀ ପାଣ୍ଠି ହେରଫେର କରିବା ରାଏବଗା ପରିଚାଳନା ନିର୍ଦ୍ଦେଶକ ଚିତ୍ତରଞ୍ଜନ ମହାନ୍ତିଙ୍କୁ ମହଙ୍ଗା ପଡ଼ିଛି। ୪୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିବା ପରେ ଜେଲ୍କୁ ପଠାଇ ଦିଆଯାଇଛି। ଗତ ୨୦୧୯-୨୦୨୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ରାଏବଗା ଲ୍ୟାମ୍ପସ୍ର ଡେ’ ବୁକ୍ରେ ନକଲି ଅତିରିକ୍ତ ଖର୍ଚ୍ଚ ଦେଖାଇ ୪୦, ୬୮ ହଜାର ସରକାରୀ ପାଣ୍ଠିକୁ ହେରଫେର କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ (ଏସ୍ଡିସିସି) ବ୍ୟାଙ୍କ ଲିମିଟେଡ ସୁନ୍ଦରଗଡ଼ ଶାଖାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଏବଗା ଏମ୍ଡି ଚିତ୍ତରଞ୍ଜନ ମହାନ୍ତିଙ୍କୁ ହେରଫେର ସଂକ୍ରାନ୍ତରେ ଅନେକଥର ଚିଠି ଲେଖିଥିଲେ। ଚିଠିରେ ରାଏବଗା ଲ୍ୟାମ୍ପସ୍ରୁ ୪୩ ଲକ୍ଷ ୨ ହଜାର ଟଙ୍କା ଅଧିକ ଆଦାୟ ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା।
୪୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିବା ପରେ ଜେଲ୍କୁ ପଠାଇ ଦିଆଯାଇଛି। ଗତ ୨୦୧୯-୨୦୨୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ରାଏବଗା ଲ୍ୟାମ୍ପସ୍ର ଡେ’ ବୁକ୍ରେ ନକଲି ଅତିରିକ୍ତ ଖର୍ଚ୍ଚ ଦେଖାଇ ୪୦, ୬୮ ହଜାର ସରକାରୀ ପାଣ୍ଠିକୁ ହେରଫେର କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ (ଏସ୍ଡିସିସି) ବ୍ୟାଙ୍କ ଲିମିଟେଡ ସୁନ୍ଦରଗଡ଼ ଶାଖାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଏବଗା ଏମ୍ଡି ଚିତ୍ତରଞ୍ଜନ ମହାନ୍ତିଙ୍କୁ ହେରଫେର ସଂକ୍ରାନ୍ତରେ ଅନେକଥର ଚିଠି ଲେଖିଥିଲେ। ଚିଠିରେ ରାଏବଗା ଲ୍ୟାମ୍ପସ୍ରୁ ୪୩ ଲକ୍ଷ ୨ ହଜାର ଟଙ୍କା ଅଧିକ ଆଦାୟ ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ବାରା ଏସ୍ଡିସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରେକର୍ଡ ଯାଞ୍ଚ କରାଯାଇଥିଲା। ଏସ୍ଡିସିସିର ଭୁଲ୍ ଯୋଗୁ ରାଏବଗା ଲ୍ୟାମ୍ପସ୍ରୁ ୪୩ ଲକ୍ଷ ୨ ହଜାର ପରିବର୍ତ୍ତେ ୪୦ ଲକ୍ଷ ୬୮ ହଜାର ଟଙ୍କା ଆଦାୟ କରାଯାଇଥିଲା ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ଏମିତି ଭାବେ ଏମ୍ଡି ଶ୍ରୀ ମହାନ୍ତି ୪୦ ଲକ୍ଷ ୬୮ ହଜାର ଟଙ୍କା ଏସ୍ଡିସିସି ବ୍ୟାଙ୍କରେ ଜମା କରିନଥିଲେ। ଏ ସମ୍ପର୍କିତ କାଗଜପତ୍ର ଓ ଭାଉଚର ମଧ୍ୟ ଦେଇନଥିବା ଭିଜିଲାନ୍ସ ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ରାଉରକେଲା ଭିଜିଲାନ୍ସରେ ଏମ୍ଡି ଶ୍ରୀ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ବାରା ଏସ୍ଡିସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରେକର୍ଡ ଯାଞ୍ଚ କରାଯାଇଥିଲା। ଏସ୍ଡିସିସିର ଭୁଲ୍ ଯୋଗୁ ରାଏବଗା ଲ୍ୟାମ୍ପସ୍ରୁ ୪୩ ଲକ୍ଷ ୨ ହଜାର ପରିବର୍ତ୍ତେ ୪୦ ଲକ୍ଷ ୬୮ ହଜାର ଟଙ୍କା ଆଦାୟ କରାଯାଇଥିଲା ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ଏମିତି ଭାବେ ଏମ୍ଡି ଶ୍ରୀ ମହାନ୍ତି ୪୦ ଲକ୍ଷ ୬୮ ହଜାର ଟଙ୍କା ଏସ୍ଡିସିସି ବ୍ୟାଙ୍କରେ ଜମା କରିନଥିଲେ। ଏ ସମ୍ପର୍କିତ କାଗଜପତ୍ର ଓ ଭାଉଚର ମଧ୍ୟ ଦେଇନଥିବା ଭିଜିଲାନ୍ସ ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ରାଉରକେଲା ଭିଜିଲାନ୍ସରେ ଏମ୍ଡି ଶ୍ରୀ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
crime
Follow Us