ଟଙ୍କା ନେଇ ନୂଆପଡାରୁ ଭୁବନେଶ୍ୱର ଆସୁଥିବାବେଳେ ଏମଭିଆଇଙ୍କୁ ଧରିଲା ଭିଜିଲାନ୍ସ

୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡା ଏମଭିଆଇ | ଏମଭିଆଇ ଜଣକ ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବାବେଳେ ଖୋର୍ଦ୍ଧା ହସ୍ପିଟାଲ ନିକଟରୁ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା |

ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‌ ଘଟଣା: ୪୦୦ ଗ୍ରାମ ଅଳଙ୍କାର ଠାବ

ଭୁବନେଶ୍ୱର: ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡା ଏମଭିଆଇ | ଏମଭିଆଇ ଜଣକ ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବାବେଳେ ଖୋର୍ଦ୍ଧା ହସ୍ପିଟାଲ ନିକଟରୁ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ଏମଭିଆଇ ବିଜୟ କୁମାର ବେହୁରିଆ ନୂଆପଡ଼ାରୁ ଭୁବନେଶ୍ୱରକୁ ଓଡି ୩୩ ଏସି ୨୦୩୦ ନମ୍ବର କାରରେ ଆସୁଥିଲେ | ତାଙ୍କ ପାଖରେ ୧ ଲକ୍ଷ ୩୨ ହଜାର ଟଙ୍କା ଥିଲା |

ତେବେ ଏତେ ଟଙ୍କା ସିଏ କେଉଁଠାରୁ ପାଇଲେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ | ଆଶଙ୍କା କରାଯାଉଛି ଯେ ପିସି କାରବାରରୁ ଆଦାୟ ହେଉଥିବା ଟଙ୍କା ନେଇ ସେ ନୂଆପଡ଼ାରୁ ଭୁବନେଶ୍ୱରକୁ ଆସୁଥିଲେ | ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିବାବେଳେ ଟଙ୍କା ସହ ଗାଡି ଜବତ କରାଯାଇଛି | ଏହି କ୍ରମରେ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ଶ୍ରୀ ବେହୁରିଆଙ୍କ ୫ଟି ଠିକଣାରେ ଚଢ଼ାଉ ଜାରି ରହିଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe