ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସଂଦେହରେ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି।

Advertisment

ଘଟଣା ଅନୁଯାୟୀ ବିଜାପୁର ଜିଲ୍ଲାର ମିରତୁର ଥାନା ଅଂଚଳର ତିମେନାର ଗ୍ରାମର ସୁଦୁର କାରମକୁ ମଙ୍ଗଳବାର ବିଳମ୍ବିତ ରାତିରେ ନକ୍ସଲ ଘରୁ ଉଠାଇ ନେଇଥିଲେ। ସୁଦୁରକୁ ଜଂଗଲକୁ ନେଇ ପୁଲିସ ଇନଫର୍ମର ଦର୍ଶାଇ ନିର୍ଦ୍ଧୁମ ମାଡ ମାରିଥିଲେ। ପରେ ସୁଦୁରର ବେକ କାଟି ହତ୍ୟା କରିଥିଲେ।ଶବକୁ ଗାଁର ଶେଷ ମୁଣ୍ଡରେ ଫିଙ୍ଗି ଚାଲିଯାଇଥିଲେ। ଶବ ନିକଟରେ ଏକ ପୋଷ୍ଟର ଛାଡି ଯାଇଥିଲେ ନକ୍ସଲ। ଗତ ଏକ ସପ୍ତାହ ମଧ୍ୟରେ ୩ ଜଣକୁ ହତ୍ୟା କରିସାରିଲେଣି ନକ୍ସଲ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ଅପହୃତ ଯବାନଙ୍କ ମୃତ୍ୟୁଦଣ୍ଡ, ପ୍ରେମକୁ ନେଇ ଜନଅଦାଲତ

ବିଜାପୁର ଜିଲ୍ଲାର ମିରତୁର ଥାନା ଅଂଚଳର ତିମେନାର ଗ୍ରାମର ସୁଦୁର କାରମକୁ ମଙ୍ଗଳବାର ବିଳମ୍ବିତ ରାତିରେ ନକ୍ସଲ ଘରୁ ଉଠାଇ ନେଇଥିଲେ। ସୁଦୁରକୁ ଜଂଗଲକୁ ନେଇ ପୁଲିସ ଇନଫର୍ମର ଦର୍ଶାଇ ନିର୍ଦ୍ଧୁମ ମାଡ ମାରିଥିଲେ। ପରେ ସୁଦୁରର ବେକ କାଟି ହତ୍ୟା କରିଥିଲେ।ଶବକୁ ଗାଁର ଶେଷ ମୁଣ୍ଡରେ ଫିଙ୍ଗି ଚାଲିଯାଇଥିଲେ।

ନକ୍ସଲମାନେ ଗତ ରବିବାର ଜଣେ ଯୁବକକୁ ପ୍ରଜାକୋର୍ଟରେ ପୁଲିସ ଇନଫର୍ମର୍‌ ଦର୍ଶାଇ ହତ୍ୟା କରିଥିଲେ। ମୃତକ ହେଲେ ଜୈଗୁର ଗ୍ରାମର ସିତୁ ମାଣ୍ଡବୀ। ବିଜାପୁର ଜିଲ୍ଲାର ଭେରମଗଡ଼ ଏରିଆ କମିଟି ସିତୁକୁ ଅପହରଣ କରିଥିଲେ। ସିତୁ ୪ ବର୍ଷ ହେଲା ପୁଲିସ୍‌କୁ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଇ ଆସୁଥିଲା। ଏପରି କାମରୁ ନିବୃତ୍ତ ରହିବା ପାଇଁ ନକ୍ସଲ ସଂଗଠନ ପୂର୍ବରୁ ସିତୁକୁ ଚେତାବନୀ ଦେଇଥିଲେ। କିନ୍ତୁ ନକ୍ସଲଙ୍କ ଚେତାବନୀକୁ ନ ଡରି ସିତୁ ପୁଲିସ୍‌କୁ ସହଯୋଗ କରିଆସୁଥିଲା। ରବିବାର ଆବୁଝମାଡ଼ ଜଂଗଲରେ ନକ୍ସଲଙ୍କ ଜନ ଅଦାଲତ ବସିଥିଲା। ସିତୁ ପୁଲିସ୍‌ ଇନଫର୍ମର୍‌ ଭାବେ କାମ କରୁଥିବା ପ୍ରମାଣିତ ହେବା ପରେ ସମସ୍ତଙ୍କ ଉପସ୍ଥିତିରେ ହତ୍ୟା କରିଥିଲେ ନକ୍ସଲ। 

ଏହି ଖବର ପଢ଼ନ୍ତୁ: ପ୍ରଜାକୋର୍ଟରେ ହତ୍ୟା