ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ଗାଁ ଦାଣ୍ଡରେ ନିସ୍ତୁକ ପିଟିଲେ

ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

digapahandi ps

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗ୍ରାମର ଜଣେ ଯୁବତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ରୋଗ ନିରୂପଣ ନ ହେବାରୁ ତାଙ୍କୁ କେହି ଗୁଣିଆ ଗୁଣି କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଗାଁ ନିକଟସ୍ଥ ଜଣେ ତନ୍ତ୍ର ସାଧକଙ୍କ ପରାମର୍ଶ କ୍ରମେ ଗ୍ରାମର ଜଣେ ବ୍ୟକ୍ତି ହିଁ ଯୁବତୀଙ୍କୁ ତନ୍ତ୍ର ବିଦ୍ୟା ପ୍ରୟୋଗ କରିଥିବା ସୂଚନା ଦେଇଥିଲେ। ପରେ ପରିବାର ଓ ସମ୍ପର୍କୀୟ ଲୋକେ ପଞ୍ଚାନନଙ୍କୁ ସନ୍ଦେହ କରି ରାତିରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe