କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ଼- ତମ୍ବାଛଡା ମୁଖ୍ୟ  ରାସ୍ତା ଅବରୋଧ

Advertisment

କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ଼ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟାରୁ ଧର୍ମଗଡ଼ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ।

କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ଼ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟାରୁ ଧର୍ମଗଡ଼ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ।

a7fe5ad9-a88c-4468-8173-64771c15ec15

ଧର୍ମଗଡ଼: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ଼ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟାରୁ ଧର୍ମଗଡ଼ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଚଳିତ ବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନ ହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି। ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି। ପାଣି ଯୋଗାଇ ନ ଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ। ଫଳରେ ଚାଷୀ ରୋଜଗାର ହରାଇବା ସହ ଋଣ ପରିଶୋଧ ଓ ପରିବାର ପରିଚାଳନା କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ଚାଷୀ। 
ଯାହାକୁ ନେଇ ସ୍ଥାନୀୟ ଚାଷୀମାନେ ତେଲିପଳାସ ଡିଷ୍ଟ୍ରିବୁଟାରି ପର୍ଯ୍ୟନ୍ତ ଜଳ ଯୋଗାଣ ଦାବୀରେ ରାସ୍ତା ଅବରୋଧ କରିଥିଲେ।  

ଏହି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଧର୍ମଗଡ଼ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଏସଡିଓ ଆସି ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe