ପାଣି ପାଇଁ ରାସ୍ତାରୋକ: ଗରାବାଲ୍ଟି ଧରି ରାସ୍ତାରେ ଶତାଧିକ ଗ୍ରାମବାସୀ

ଗରା ବାଲ୍ଟି ଧରି ରାଜରାସ୍ତାରେ ଗ୍ରାମବାସୀ। ଚୁଆ ପାଣି ଭରସାରେ ୨୩୫ ପରିବାର। ନୀଳଗିରି ଥାନା ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ଗରାବାଲ୍ଟି ଧରି ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

nji

ନୀଳଗିରି:ଗରା ବାଲ୍ଟି ଧରି ରାଜରାସ୍ତାରେ ଗ୍ରାମବାସୀ। ଚୁଆ ପାଣି ଭରସାରେ ୨୩୫ ପରିବାର। ନୀଳଗିରି ଥାନା ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ଗରାବାଲ୍ଟି ଧରି ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

ମହିଷାପଟ୍ଟା ପଞ୍ଚାୟତ ଜାମବଣି ଗ୍ରାମର ଦୀର୍ଘ ବର୍ଷ ହେବ ପାଣି ଆସୁନଥିବା ବେଳେ ବାରମ୍ବାର ନେତା ଓ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାଜରାସ୍ତାକୁ ଗରାବାଲ୍ଟି ଧରି ଓହ୍ଲାଇଛନ୍ତି।  ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ବସୁଧା ଓ ମେଗା ଜଳ ଯୋଗାଣ ପ୍ରକଳ୍ପ ଏଠାରେ ଥାଇ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନଥିବା ବେଳେ ଗ୍ରାମରେ ଥିବା ୭ ଟି ନଳକୂପରୁ ୩ ଟି ଅକାମୀ ଓ ଚାରୋଟିରେ ବାଲ୍ଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବାଧ୍ୟ ହୋଇ ଲୋକେ ନିକଟସ୍ଥ ଗଡ଼ିଆ, ଚୁଆ ଓ ଖଣିର ପାଣି ଭରସାରେ ଚଳୁଥିବା ବେଳେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।

ସୂଚନା ମୁତାବକ, ମହିଷାପଟ୍ଟା ପଞ୍ଚାୟତ ଜାମବଣି ଗ୍ରାମର ଦୀର୍ଘ ବର୍ଷ ହେବ ପାଣି ଆସୁନଥିବା ବେଳେ ବାରମ୍ବାର ନେତା ଓ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାଜରାସ୍ତାକୁ ଗରାବାଲ୍ଟି ଧରି ଓହ୍ଲାଇଛନ୍ତି।  ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ବସୁଧା ଓ ମେଗା ଜଳ ଯୋଗାଣ ପ୍ରକଳ୍ପ ଏଠାରେ ଥାଇ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନଥିବା ବେଳେ ଗ୍ରାମରେ ଥିବା ୭ ଟି ନଳକୂପରୁ ୩ ଟି ଅକାମୀ ଓ ଚାରୋଟିରେ ବାଲ୍ଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବାଧ୍ୟ ହୋଇ ଲୋକେ ନିକଟସ୍ଥ ଗଡ଼ିଆ, ଚୁଆ ଓ ଖଣିର ପାଣି ଭରସାରେ ଚଳୁଥିବା ବେଳେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।

୭ ଦିନ ହେବ ପାଣି ସମସ୍ୟା କାରଣରୁ ଲୋକମାନେ ୩ କିମି ଦୂର ନଦୀରୁ ଚୂଆ ପ୍ରସ୍ତୁତ କରି ପାଣି ଆଣି ଚଳୁଥିଲେ। ଏ ନେଇ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ସମସ୍ତେ ଠକି ଦେଉଥିଲେ।୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ହେବା ପରେ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe