କାମ କଲାନି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ବଦାନ୍ୟ ବ୍ୟକ୍ତି ଦେଲେ ସହାୟତା

ଆନ୍ଧ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ଜଣେ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସା ବାବଦକୁ ତାଙ୍କ ବକେୟା ବିଲ ଟଙ୍କା ପରିବାର ଲୋକେ ଦେବାକୁ ସକ୍ଷମ ହୋଇ ପାରି ନ ଥିଲେ।

Ayushman Card

ରାୟଗଡ଼ା: ଆନ୍ଧ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ଜଣେ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସା ବାବଦକୁ ତାଙ୍କ ବକେୟା ବିଲ ଟଙ୍କା ପରିବାର ଲୋକେ ଦେବାକୁ ସକ୍ଷମ ହୋଇ ପାରି ନ ଥିବା ବେଳେ ମୃତ ଶରୀର ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ସେଠାରେ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ କାମ ନକରିବାରୁ ଘଟଣା ସମ୍ପର୍କରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଉକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ରାୟଗଡ଼ା ପଞ୍ଚାୟତ ସମିତି ସଭ୍ୟସଭ୍ୟା ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ୨୦ହଜାର ଟଙ୍କା ଆର୍ଥିକ ସହାୟତା ପରେ ମେଡିକାଲରେ ବିଲ ଅର୍ଥ ପୈଠ କରାଯିବା ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି।

ରାୟଗଡ଼ା ଜିଲ୍ଲା ସଦର ବ୍ଲକ କେରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି ଗ୍ରାମର ସମିତି ସଭ୍ୟ କ୍ରୀଷ୍ଣା କୋଲକାଙ୍କ ପୁତ୍ର ନାଗେଶ୍ୱର୍ କୋଲାକ(୩୬)ଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ କୋରାପୁଟକୁ ରେଫର କରାଯାଇଥିବା ବେଳେ ପୁଅର ଗୁରୁତର ଅବସ୍ଥାକୁ ଦେଖି ଓ ଆୟୁଷ୍ମାନ କାର୍ଡ ଉପରେ ଭରସା କରି ପାର୍ବତୀପୁରମ ଓ ପରେ ବିଶାଖାପାଟଣାମର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।  ଚିକିତ୍ସା ବାବଦକୁ ୯୯ହଜାର ଟଙ୍କା ଖର୍ଚ୍ଚ ମେଡିକାଲ କର୍ତ୍ତୃପକ୍ଷ ଦେବାକୁ କହିଥିଲେ।

ରାୟଗଡ଼ା ଜିଲ୍ଲା ସଦର ବ୍ଲକ କେରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି ଗ୍ରାମର ସମିତି ସଭ୍ୟ କ୍ରୀଷ୍ଣା କୋଲକାଙ୍କ ପୁତ୍ର ନାଗେଶ୍ୱର୍ କୋଲାକ(୩୬)ଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ କୋରାପୁଟକୁ ରେଫର କରାଯାଇଥିବା ବେଳେ ପୁଅର ଗୁରୁତର ଅବସ୍ଥାକୁ ଦେଖି ଓ ଆୟୁଷ୍ମାନ କାର୍ଡ ଉପରେ ଭରସା କରି ପାର୍ବତୀପୁରମ ଓ ପରେ ବିଶାଖାପାଟଣାମର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।  ଚିକିତ୍ସା ବାବଦକୁ ୯୯ହଜାର ଟଙ୍କା ଖର୍ଚ୍ଚ ମେଡିକାଲ କର୍ତ୍ତୃପକ୍ଷ ଦେବାକୁ କହିଥିଲେ । ଟଙ୍କା ପୈଠ କରିବାରେ ପରିବାର ଲୋକେ ଅସମର୍ଥ ଥିବା ବେଳେ ବିଲ ପୈଠ ନ କଲେ ହସ୍ପିଟାଲ କର୍ତ୍ତୁପକ୍ଷ ମୃତ ଶରୀରକୁ ଦେବା ପାଇଁ ମନା କରି ଦେଇଥିଲେ ବୋଲି ସମ୍ପର୍କୀୟ ପ୍ରଫୁଲ୍ଲ କୋଲକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe