ପଶ୍ଚିମ ବଙ୍ଗର କୁୁଚବିହାର, ଆଲିପୁରଦ୍ୱାର ଆସନରେ ଭୋଟଗ୍ରହଣ ବେଳେ ବ୍ୟାପକ ହିଂସାକାଣ୍ଡ

Advertisment
୪ର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ: ୯ଟି ରାଜ୍ୟର ୭୨ ଆସନରେ ହେବ ଭୋଟିଂ, ସଭିଙ୍କ ନଜର ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ଉପରେ

Indiablooms

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ସାଧାରଣ ନିର୍ବାଚନ-୨୦୧୯’ ଆରମ୍ଭ ହୋଇଯାଇଛି । କିଛି ସମୟ ପୂର୍ବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ନିର୍ବାଚନ ଆୟୋଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମୋଟାମୋଟି ଶାନ୍ତିପୂର୍ଣ୍ଣ କହିଥିଲେ ମଧ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶର କେତେକ ଅଂଚଳରେ ହିଂସା ଦେଖାଦେଇଛି ।
ପଶ୍ଚିମବଙ୍ଗର ୨ଟି ଲୋକସଭା ଆସନ ଆଲିପୁରଦ୍ୱାର ଓ କୁଚବିହାରରେ ଭୋଟ ଗ୍ରହଣ ବେଳେ ବ୍ୟାପକ ହିଂସା ଓ ଅଶାନ୍ତି ଦେଖାଦେଇଛି । ଏହି ଦୁଇ ଆସନର ୪୩୬ଟି ଆସନରେ ଛୋଟବଡ଼ ମୋଟ ୪୬୨ଟି ଅଭିଯୋଗ ନିର୍ବାଚନ ଆୟୋଗ ନିକଟରେ ପହଞ୍ଚିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସୁ କହିଛନ୍ତି । ଏସବୁ ଅଭିଯୋଗ ମଧ୍ୟରେ ରହିଛି ହିଂସାକାଣ୍ଡ, ଇଭିଏମରେ ତ୍ରୁଟି, ମୌଳିକ ସୁବିଧାର ଅଭାବ, ସୁରକ୍ଷାବଳଙ୍କ ଅଭାବ ଇତ୍ୟାଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe