ଭିଆଇପି ପାସ୍‌ ବିତରଣରେ ପାତରଅନ୍ତର! ନେତାଙ୍କ ଅକ୍ତିଆରରେ ସବୁ ପାସ୍‌

୨୦୨୩ ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପଠାରୁ ଆରମ୍ଭକରି ହକି ପ୍ରୋ-ଲିଗ୍‌ ପର୍ଯ୍ୟନ୍ତ, ଟିକଟ୍‌ ଚଞ୍ଚକତାକୁ ନେଇ ଯେଉଁ ଅନିୟମିତତା ଦେଖିବାକୁ ମିଳିଥିଲା ତାହା ଏବେ ବି ବଳବତ୍ତର ରହିଛି। ଚଳିତ ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ଏହି ଟିକଟ୍‌ ବଣ୍ଟନ ପ୍ରକ୍ରିୟାରେ ଅଯାଚିତ ପାତରଅନ୍ତର ଦେଖିବାକୁ ମିଳିଛି।

hockey
ରାଉରକେଲା: ୨୦୨୩ ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପଠାରୁ ଆରମ୍ଭକରି ହକି ପ୍ରୋ-ଲିଗ୍‌ ପର୍ଯ୍ୟନ୍ତ, ଟିକଟ୍‌ ଚଞ୍ଚକତାକୁ ନେଇ ଯେଉଁ ଅନିୟମିତତା ଦେଖିବାକୁ ମିଳିଥିଲା ତାହା ଏବେ ବି ବଳବତ୍ତର ରହିଛି। ଚଳିତ ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ଏହି ଟିକଟ୍‌ ବଣ୍ଟନ ପ୍ରକ୍ରିୟାରେ ଅଯାଚିତ ପାତରଅନ୍ତର ଦେଖିବାକୁ ମିଳିଛି। ବିଶେଷକରି ୱେଷ୍ଟ୍‌ ଷ୍ଟାଣ୍ଡ୍‌ ପାଇଁ ଟିକଟ୍‌/ପାସ୍‌ ବଣ୍ଟନରେ ଅନିୟମିତତାର ସବୁ ସୀମା ଟପିଯାଇଛି। କେବଳ ନିଜର ପରିବାରବର୍ଗ, ପ୍ରିୟଜନଙ୍କୁ ଏହି ଭିଭିଆଇପି ପାସ୍‌ ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି।

ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ରାଜନୀତିରେ ସକ୍ରିୟ ଥିବାବେଳେ ସଂପୃକ୍ତ ବ୍ୟକ୍ତି ତାଙ୍କର ଅତି ନିକଟତର ଥିଲେ। ଏବେ  ହକି ଲିଗ୍‌ ଆୟୋଜନରେ ବ୍ୟସ୍ତ ଥିବା  ଶ୍ରୀ ତିର୍କିଙ୍କ ନିର୍ମଳ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣକରି ତାଙ୍କ ନାଁରେ ସଂପୃକ୍ତ ବ୍ୟକ୍ତି ଚଞ୍ଚକତା କରି ସମସ୍ତ ପାସ୍‌କୁ ନିଜ ଆୟତ୍ତରେ ରଖୁଛନ୍ତି। ଏମିତିକି ସେ କେବଳ ବିଜେଡି ନେତା/କର୍ମୀଙ୍କୁ ପାସ୍‌ ବିତରଣ କରୁଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି।

ହକି ଇଣ୍ଡିଆ ଲିଗ୍‌ ପାଇଁ ଦର୍ଶକଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବାକୁ ପୂର୍ବ, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌କୁ ସଂପୂର୍ଣ୍ଣ ମାଗଣା କରାଯାଇଛି। ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପସି ଏହି ତିନି ଷ୍ଟାଣ୍ଡ୍‌ରେ ବସି ମ୍ୟାଚ୍‌ ଉପଭୋଗ କରିପାରିବେ। ତେବେ ୱେଷ୍ଟ୍‌ ଷ୍ଟାଣ୍ଡ୍‌କୁ ଦର୍ଶକଙ୍କ ପାଇଁ ଖୋଲାଯାଇନି। ସମ୍ଭବତଃ, ସ୍ବତନ୍ତ୍ର ଅତିଥିଙ୍କ ପାଇଁ ଏହି ଷ୍ଟାଣ୍ଡ୍‌କୁ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଛି। କିନ୍ତୁ ଏହି ୱେଷ୍ଟ୍‌ ଷ୍ଟାଣ୍ଡ୍‌ର ସମସ୍ତ ଟିକଟ୍‌/ପାସ୍‌/ବ୍ୟାଣ୍ଡ୍‌ ଏବେ କେବଳ ଜଣେ ବ୍ୟକ୍ତିଙ୍କ ପାଖରେ ରହୁଛି। ନିଜକୁ ହକି ଇଣ୍ଡିଆ ସଭାପତିଙ୍କ ଏକାନ୍ତ ଅନୁଗତ ଦର୍ଶାଇ ସଂପୃକ୍ତ ବ୍ୟକ୍ତି ସମସ୍ତ ପାସ୍‌କୁ ନିଜ ଅକ୍ତିଆରରେ ରଖି ମନଇଛା ପାସ୍‌ ବିତରଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ରାଜନୀତିରେ ସକ୍ରିୟ ଥିବାବେଳେ ସଂପୃକ୍ତ ବ୍ୟକ୍ତି ତାଙ୍କର ଅତି ନିକଟତର ଥିଲେ। ଏବେ କିନ୍ତୁ ଶ୍ରୀ ତିର୍କି ହକି ଲିଗ୍‌ ଆୟୋଜନରେ ବ୍ୟସ୍ତ ଥିବା ସହ ରାଜନୀତିଠାରୁ ବେଶ୍‌ ଦୂରରେ। କିନ୍ତୁ ଶ୍ରୀ ତିର୍କିଙ୍କ ନିର୍ମଳ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣକରି ତାଙ୍କ ନାଁରେ ସଂପୃକ୍ତ ବ୍ୟକ୍ତି ଚଞ୍ଚକତା କରି ସମସ୍ତ ପାସ୍‌କୁ ନିଜ ଆୟତ୍ତରେ ରଖୁଛନ୍ତି। ଏମିତିକି ସେ କେବଳ ବିଜେଡି ନେତା/କର୍ମୀଙ୍କୁ ପାସ୍‌ ବିତରଣ କରୁଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି। ବାସ୍ତବରେ, ଲିଗ୍‌ ଆରମ୍ଭ ହେବାର ପ୍ରଥମ ଦିନଠାରୁ ସଂପୃକ୍ତ ବ୍ୟକ୍ତି ସମସ୍ତ ଭିଭିଆଇପି ପାସ୍‌/ବ୍ୟ‌ାଣ୍ଡ୍‌କୁ ନିଜ ହେପାଜତକୁ ନେଇଆସିଥିଲେ। ପରବର୍ତ୍ତୀ ସମୟରେ ଯଦିଓ ଟିକଟ୍‌ ମାଗଣା କରାଗଲା, ତଥାପି ହକିପ୍ରେମୀ ୱେଷ୍ଟ୍‌ ଷ୍ଟାଣ୍ଡ୍‌ରେ ବସି ମ୍ୟାଚ୍‌ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ସବୁ ମ୍ୟାଚ୍‌ରେ ଦର୍ଶକ ସଂଖ୍ୟା ଅତି ନଗଣ୍ୟ ରହୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe