ମହଙ୍ଗା ପଡିଲା ରିଲସ ନିଶା, ଏବେ ଗଣିବେ ୧୬ ହଜାର: କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ରିଲସ ବେଳେବେଳେ ଭାଇରାଲ ହେବା ବି ମହଙ୍ଗା ସାବ୍ୟସ୍ତ ହୋଇପାରେ | ନିୟମ ଭାଙ୍ଗି ବିପଦପୂର୍ଣ୍ଣ ରୋମାଣ୍ଟିକ ରିଲସ କରି ତାହାକୁ ସୋସିଆଲ ମିଡିଆରେ ଛାଡିବା କେମିତି ଅଡୁଆରେ ପକାଇପାରେ, ଏହି ଖବରରେ ଜାଣନ୍ତୁ |

d9b0bb88-f9d5-4324-b366-612bc1305424

ଭୁବନେଶ୍ୱର: ତେଲ ଟାଙ୍କି ଉପରେ ପତ୍ନୀ ଆଉ ରୋମାଣ୍ଟିକ ମୂଡ଼ରେ ସୁଟିଂ କରୁଥିଲେ ରିଲସ | ଗାଡି ଚଳାଉଥିଲେ ସ୍ୱାମୀ | ରିଲସ ସୁଟିଂ ସାରି ଘରକୁ ଫେରିବାବେଳକୁ ମୋବାଇଲକୁ ଆସିଲା ମେସେଜ | ୧୬ ହଜାର ଟଙ୍କା ଫାଇନ ଦେବାକୁ ପଡିବ ବୋଲି ମେସେଜରେ ଲେଖା ଆସିଥିଲା | ସ୍ୱାମୀଙ୍କ ଅକଲଗୁଡ଼ୁମ, ସେ ଭାବିଲେ ଆମ ରୋମାନ୍ସରେ କାହାର ନଜର ପଡିଲା? 

'ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା, ପବନରେ ଚୁନରି ଉଡ଼ିଗଲା' ପୁରୁଣା ଓଡ଼ିଆ ସିନେମା 'ଆ'ରେ ସାଥି ଆ'ର ଏହି ଲୋକପ୍ରିୟ ଗୀତରେ ରିଲସ କରି ଏବେ ଫସିଛନ୍ତି ଦମ୍ପତି | ଆପଣ ଭାବୁଥିବେ ରିଲସ ତ କଲେ, ଫସିଲେ କାହିଁକି? ସତକଥା କିନ୍ତୁ କିଛି ଅଲଗା |

ବାସ୍ତବରେ ଏହି ଦୁଇଜଣ ରିଲସ କରିବାକୁ ଯାଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ | ନା ମୁଣ୍ଡରେ ହେଲମେଟ ଥିଲା ନା ଗାଡି ଚାଳନାର ତରିକା ଠିକ ଥିଲା, ସେଥିପାଇଁ ତ ଏବେ ଯୁବକଙ୍କୁ ଗଣିବାକୁ ପଡିବ ୧୬ ହଜାର ଟଙ୍କାର ଜରିମାନା | ପରିବହନ ବିଭାଗ ପକ୍ଷରୁ ପଠାଯାଇଥିବା ନୋଟିସରେ ଉଲ୍ଲେଖ ଅଛି ଯେ ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ୧୦ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର ଜରିମାନା ଦେବେ | 

କଟକ ଧାଇପୁରର ଏହି ଯୁବକ ଓ ତାଙ୍କ ପତ୍ନୀ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ରିଲସ କରୁଥିବାବେଳେ ଏହା ଭାଇରାଲ ହୋଇଥିଲା | ଭିଡିଓକୁ ନେଇ କିଛି ୟୁଜର୍ସ ଟ୍ରାଫିକ ନିୟମ ଭଙ୍ଗ ନେଇ କଟକ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ | ଏହାପରେ ଜିଲ୍ଲାପାଳ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆରଟିଓ ପକ୍ଷରୁ ୧୬ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |


(ରିଲସ କରିବା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ହୋଇପାରେ | ଆମେ କାହାକୁ ବିଦ୍ରୁପ କରୁନାହୁଁ, କିନ୍ତୁ ବିପଦପୂର୍ଣ୍ଣ ଭାବେ ରିଲସ କରିବା ଆପଣଙ୍କ ଜୀବନ ପାଇଁ ବିପଦର କାରଣ ସାଜିପାରେ) 

viral

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe