ବ୍ରହ୍ମପୁର ନିଆରାଢଙ୍ଗରେ କୋହଲିଙ୍କ ଜନ୍ମଦିନ ପାଳିଲେ ବିରାଟ ଫ୍ୟାନ୍

ବ୍ରହ୍ମପୁର ନିଆରାଢଙ୍ଗରେ କୋହଲିଙ୍କ ଜନ୍ମଦିନ ପାଳିଲେ ବିରାଟ ଫ୍ୟାନ୍

ବ୍ରହ୍ମପୁର: ଆଜି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହାଲିଙ୍କ ୩୨ତମ ଜନ୍ମ ବାର୍ଷିକିକୁ ରେଶମ ସହର ବ୍ରହ୍ମପୁରରେ ନିଆରାଢଙ୍ଗରେ ପାଳିଛନ୍ତି ତାଙ୍କର ଜଣେ ବିରାଟ ଫ୍ୟାନ୍‌ ପିଣ୍ଟୁ ବେହେରା। ପିଣ୍ଟୁଙ୍କ ଘର କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ମସିହାଖାଲିରେ। ୨୦୧୬ମସିହାରୁ ସେ ବିରାଟ ‌କୋହଲିଙ୍କୁ ଉ‌ତ୍ସଗ ନିଜ ଦେହରେ ଗୋଟିଏ ପରେ ଗୋଟିଏ ମୋଟ ୧୬ଟି ଟାଟୁ ଖୋଦେଇ କରିସାରିଲେଣି। ଏଥିରେ ବିରାଟ ଅଧିନାୟକ ଭାବେ ଜିତିଥିବା ୧୯ବର୍ଷରୁ କମ୍‌ ବିଶ୍ବକପ୍‌ ଠାରୁ ଆରମ୍ଭ କରି ୨୦୧୩ରେ ପାଇଥିବା ଅର୍ଜୁନ ପୁରସ୍କାର, ୨୦୧୬ରେ ପଦ୍ମଶ୍ରୀ, ୨୦୧୯ରେ ଖେଲରତ୍ନ ପୁରସ୍କାର, ବିରାଟଙ୍କ ଜର୍ସିନଂ ୧୮ର ଟାଟୁ ରହିଛି।

publive-image

ଗତବର୍ଷ ଅ‌େକ୍ଟାବର୍‌ରେ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଥିବା ଭାରତ-ସାଉଥଆଫ୍ରିକା ଟେଷ୍ଟ ମ୍ୟାଚ୍‌ରେ ପିଣ୍ଟୁ ବିରାଟଙ୍କୁ ଭେଟି ଏହିସବୁ ଟାଟୁ ଦେଖାଇଥିଲେ। ଯାହାକୁ ଦେଖି ବିରାଟ ପ୍ରଶଂସା କରିଥିଲେ। କୋହଲି ଯେଉଁ ପୋଷାକର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି ଉକ୍ତ କମ୍ପାନିର ଏକ ସୋରୁମ୍ ବ୍ରହ୍ମପୁର ଅର୍ବାନ ରୋଡ ଠାରେ ରହିଛି। ଉକ୍ତ ସୋରୁମ୍‌ ପକ୍ଷରୁ ବିରାଟ କୋହଲିଙ୍କ ଜନ୍ମଦିନ ପାଳିବା ପାଇଁ ପିଣ୍ଟୁଙ୍କୁ  ଆମନ୍ତ୍ରିତ କରାଯାଇଥିଲା। ବିରାଟଙ୍କ ଅବିକଳ ‌ବେଶଭୂଷାରେ ପିଣ୍ଟୁ ଆସି ଏଥିରେ ଯୋଗ ଦେଇଥିଲେ। କେକ୍‌ କାଟି ଜନ୍ମଦିନ ପାଳିଥିଲେ। ସାର୍ଟ ଖୋଲି ଟାଟୁ ଗୁଡ଼ିକ ପ୍ରଦର୍ଶିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe