ଭୋଟ୍‌ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି, ରାଜ୍ୟର ସମୁଦାୟ ୬୩ଟି ସ୍ଥାନରେ ହେବ ଗଣନା

Advertisment
ଭୋଟ୍‌ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି, ରାଜ୍ୟର ସମୁଦାୟ ୬୩ଟି ସ୍ଥାନରେ ହେବ ଗଣନା

Hindustan Times

ଭୁବନେଶ୍ୱର: ଆସନ୍ତାକାଲି ୨୧ଟି ଲୋକସଭା ଆସନ ସହ ୧୪୬ଟି ବିଧାନସଭା ଆସନ ପାଇଁ ବି ଭୋଟ୍‌ ଗଣତି ହେବ। ଭୋଟ ଗଣତି ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଭୁବନେଶ୍ୱରରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

୧୬ଟି ସିସିଟିଭି ଅଧୀନରେ ଏହି ଭୋଟ୍‌ ଗଣନା ହେବ। ଭୋଟ୍‌ ଗଣନା ହେତୁ ଏବେ ସୁଦ୍ଧା ୬୦୦ ପୁଲିସ୍‌ ନିୟୋଜିତ ହୋଇ ସାରିଲେଣି। ବିଏସ୍‌ଏଫ୍‌ ଯବାନଙ୍କ ସହ ଓଡ଼ିଶା ପୁଲିସ୍‌ ବି ସୁରକ୍ଷା ଦୃଷ୍ଟିରୁ ନିୟୋଜିତ ହୋଇଛନ୍ତି। ସକାଳ ୬.୩୦ରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଖୋଲିବ ଓ ୮ଟାରୁ ଗଣତି ଆରମ୍ଭ ହେବ।

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଓଡ଼ିଶାରେ ସମୁଦାୟ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ହେବ ବୋଲି ସୂଚନା ରହିଛି। ଚଳିତ ଥର ଭୋଟ୍‌ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe