ଲୋକସଭା ନିର୍ବାଚନ ୨୦୧୯: ୫୯ଟି ଆସନ ପାଇଁ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଆରମ୍ଭ

Advertisment
ଲୋକସଭା ନିର୍ବାଚନ ୨୦୧୯: ୫୯ଟି ଆସନ ପାଇଁ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଆରମ୍ଭ

Image Source: Zee News

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ରବିବାର ସକାଳ ୭ଟାରେ ସାତଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଚାଲିବାକୁ ଥିବା ଆଜିର ଭୋଟ୍‌ ଗ୍ରହଣରେ ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୯୧୦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦. ୧ କୋଟି ମତଦାତା।

ରବିବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି: ୨୦୧୯ ଲୋକସଭା ନିର୍ବାଚନର ଆଜି ଚୂଡ଼ାନ୍ତ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ଭୋଟ୍‌ ଦେବାକୁ ଥିବା ଭୋଟର୍‌ମାନଙ୍କୁ ମୋର ଅନୁରୋଧ ସେମାନେ ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ। ଆପଣମାନଙ୍କ ଭୋଟ୍‌ ଆଗାମୀ ବର୍ଷଗୁଡ଼ିକରେ ଭାରତର ବିକାଶ ଧାରାକୁ ଆଗେଇ ନେବ। ପ୍ରଥମ କରି ଭୋଟ୍‌ ଦେଉଥିବା ଭୋଟର୍‌ମାନେ ଉତ୍ସାହର ସହ ଭୋଟ୍‌ ଦେବେ ବୋଲି ମୋର ଆଶା।

ଆଜି ଭୋଟ୍‌ ଦେଇଥିବା ପ୍ରମୁଖ ଭୋଟର୍‌ମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଗୋରଖପୁରର ବୁଥ୍‌ ନମ୍ବର ୨୪୬ରେ ଭୋଟ୍‌ ଦେଇଛନ୍ତି।

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାରେ ତାଙ୍କର ଭୋଟ୍‌ ଦେଇଛନ୍ତି।

ପଶ୍ଚିମବଙ୍ଗର କଦମପୁରର ବୁଥ୍‌ ନମ୍ବର ୨୦୧ ଠାରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ତୃଣମୂଳ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe