କଡ଼ା ନିରାପତ୍ତାରେ ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ: ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

କଡ଼ା ନିରାପତ୍ତାରେ ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ: ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Image Courtesy of India Today

ନୂଆଦିଲ୍ଲୀ: କଡ଼ା ନିରାପତ୍ତାରେ ଆଜି ସକାଳ ୭ଟାରୁ ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଜିଲ୍ଲାର ୩୮ଟି ଆସନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟର୍‌ମାନଙ୍କୁ ଅନୁରୋଧ, ସେମାନେ ରେକର୍ଡ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ। ମୁଁ ବିଶେଷକରି ଯୁବ ତଥା ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯାଉଥିବା ଭୋଟର୍‌ମାନଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରୁଛି।

ରାଜ୍ୟ ନିର୍ବାଚନ କମିସନ୍‌ କହିଛନ୍ତି ଯେ, ମଣିପୁରର ୩୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ସଂଖ୍ୟକ ‘କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ’ର କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି। ଏହାଛଡ଼ା, ୫ଟି ଜିଲ୍ଲାରେ କରାଯାଇଥିବା ୧,୭୨୧ ଭୋଟ୍‌ ଦାନ କେନ୍ଦ୍ରରେ ୯,୮୯୫ଜଣ ପୋଲିଙ୍ଗ୍‌ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

publive-image Image Courtesy of Zee News

ଅଳ୍ପ କିଛି ଦିନ ତ‌ଳୁ ମଣିପୁରରେ କେତେଗୁଡ଼ିଏ ହିଂସାକାଣ୍ଡ ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚଜଣ ଆହତ ହୋଇଛନ୍ତି। ଶନିବାର ରାତିରେ ମଧ୍ୟ ପୂର୍ବ ଇମ୍ଫାଲ୍‌ ଜିଲ୍ଲାରେ ଜଣେ ‘ଜେଡି(ୟୁ)’ ପ୍ରାର୍ଥୀଙ୍କୁ ଅଜ୍ଞାତ ଆତତାୟୀମାନେ ଗୁଳି ମାରି ହତ୍ୟା କରିଛନ୍ତି।

ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହଙ୍କ ନେତୃତ୍ବାଧୀନ ‘ବିଜେଡି’ ନେତୃତ୍ବରେ ଚାଲିଥିବା ମେଣ୍ଟ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ।

ପ୍ରାପ୍ତ ସୂଚନା ଅନୁସାରେ, ଭୋଟ୍‌ ଦେବାକୁ ଆସିବା ପୂର୍ବରୁ ହିଙ୍ଗ୍ୟାଙ୍ଗ୍‌ ବାସଭବନରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ଲୁୱାଙ୍ଗ୍‌ସାଙ୍ଗ୍‌ବମ୍‌ସ୍ଥିତ ଶ୍ରୀବାଣ ହାଇସ୍କୁଲ୍‌ରେ ହୋଇଥିବା ଆଦର୍ଶ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେବା ସହ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe