ବଡମ୍ବା: ଭିଭିପ୍ୟାଟ୍‌ ତ୍ରୁଟି ଯୋଗୁଁ ଭୋଟ ବନ୍ଦ

Advertisment
ବଡମ୍ବା: ଭିଭିପ୍ୟାଟ୍‌ ତ୍ରୁଟି ଯୋଗୁଁ ଭୋଟ ବନ୍ଦ

Northeast Now

ଭୁବନେଶ୍ୱର: ଭିଭିପ୍ୟାଟ୍‌ ତ୍ରୁଟି ଯୋଗୁଁ କଟକ ଜିଲ୍ଲାର ବଡ଼ମ୍ବା ଝାଜିଆ ୧୯୬ ନମ୍ବର ବୁଥରେ ଭୋଟ ବନ୍ଦ କରି ଦିଆଯାଇଛିବା ସୂଚନା ମିଳିଛି। ଏହି ମତଦାନ କେନ୍ଦ୍ରରେ ଲାଗିଥିବା ଗୋଟିଏ ଭିଭିପ୍ୟାଟ୍‌ ମେଶିନ ତ୍ରୁଟି ଯୋଗୁଁ ଗୋଟିଏ ଚିହ୍ନରେ ଭୋଟ ଦେଲେ ଆଉ ଗୋଟିଏ ଚିହ୍ନକୁ ଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମତଦାନ କେନ୍ଦ୍ରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମତଦାନ ସ୍ଥଗିତ ରହିଛି।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe