ଦେବଗଡ଼ ୧୮୩ ନମ୍ବର ବୁଥରେ ଭିଭିପ୍ୟାଟ୍‌-ଇଭିଏମ ସଂଯୋଗରେ ତ୍ରୁଟି, ମତଦାନ ସ୍ଥଗିତ

Advertisment
ଦେବଗଡ଼ ୧୮୩ ନମ୍ବର ବୁଥରେ ଭିଭିପ୍ୟାଟ୍‌-ଇଭିଏମ ସଂଯୋଗରେ ତ୍ରୁଟି, ମତଦାନ ସ୍ଥଗିତ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ବିଧାନସଭା ଆସନର ୧୮୩ ନମ୍ବର ବୁଥରେ ଭିଭିପ୍ୟାଟ୍‌ ଏବଂ ଇଭିଏମ ସଂଯୋଗରେ ତ୍ରୁଟି ଯୋଗୁଁ ମତଦାନ ପ୍ରଭାବିତ ହୋଇଛି। ସାନି ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିଶ କରିଛନ୍ତି। ଏଠାରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ ହେବା ପରେ ଭିଭିପ୍ୟାଟ୍‌ ଏବଂ ଇଭିଏମ ସଂଯୋଗରେ ତ୍ରୁଟି ରହିଥିବା ସାମ୍ନାକୁ ଆସିଥିଲା।

ଭିଭିପ୍ୟାଟ୍‌ ତ୍ରୁଟି ଯୋଗୁଁ କଟକ ଜିଲ୍ଲାର ବଡ଼ମ୍ବା ଝାଜିଆ ୧୯୬ ନମ୍ବର ବୁଥରେ ଭୋଟ ବନ୍ଦ କରି ଦିଆଯାଇଥିଲା। ଏହି ମତଦାନ କେନ୍ଦ୍ରରେ ଲାଗିଥିବା ଗୋଟିଏ ଭିଭିପ୍ୟାଟ୍‌ ମେଶିନ ତ୍ରୁଟି ଯୋଗୁଁ ଗୋଟିଏ ଚିହ୍ନରେ ଭୋଟ ଦେଲେ ଆଉ ଗୋଟିଏ ଚିହ୍ନକୁ ଯାଉଥିବା ଅଭିଯୋଗ ହୋଇଥିଲା। ଶେଷର ମତଦାନକୁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe