ଛତିଶଗଡ଼ରେ ୨ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡରେ ସୁକମା ପୁଲିସକୁ ବଡ ସଫଳତା ମିଳିଛି। ଲଗାତାର ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରେସନ କଗାର ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଏହି ପରିପ୍ରେକ୍ଷୀରେ ସୁକମା ପୁଲିସ ଏବଂ ସିଆରପିଏଫ ଯବାନଙ୍କ ସମ୍ମୁଖରେ...

ଅଦ୍ୟତନ ହୋଇଛି
Malkangiri

Photo: Premendra Parichha

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ଛତିଶଗଡରେ ଲଗାତାର ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ଅପରେସନ କଗାର ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଏହି ପରିପ୍ରେକ୍ଷୀରେ ସୁକମା ପୁଲିସ ଏବଂ ସିଆରପିଏଫ ଯବାନଙ୍କ ସମ୍ମୁଖରେ ଆଜି ଦୁଇ ଜଣ ହାର୍ଡକୋର ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଡକମ ସନ୍ନା ଓ ମାଡକମ ହୁଡ୍ଡାଙ୍କ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୁଇ ଜଣ ନକ୍ସଲ ଭେଜ୍ଜି ଏରିଆ କମିଟିର ସଦସ୍ୟ ରୂପେ କାମ କରୁଥିଲେ। ଏମାନଙ୍କ ନାମରେ ପୁଲିସ ନିକଟରେ ବହୁ ହିଂସା ଓ ମାରପିଟ କରିବା ନେଇ କେଶ ରହିଛି।

ତେବେ ଆଜି ମୁଖ୍ୟସ୍ରୋତରେ ସାମିଲ ହେବା ପରେ ପୁଲିସକୁ ନକ୍ସଲ ସଂଗଠନର ସମସ୍ତ ଗୁପ୍ତ ତଥ୍ୟ ବଖାଣିଥିଲେ।ନକ୍ସଲ ସଂଗଠନରେ କୌଣସି ଲକ୍ଷ୍ୟ ନେଇ କାମ କରାଯାଉ ନାହିଁ। ନିରୀହ ଜନତାଙ୍କୁ ଭୟଭିତ କରିବା ଏବଂ ଠିକାଦାରଙ୍କୁ ଲୁଣ୍ଠନ କରିବା ଦଳର ଆଭିମୁଖ୍ୟ।ପୁଲିସକୁ ଶତ୍ରୁ କରି ସେମାନଙ୍କୁ ହତ୍ୟା କରିବା ଏକ ମାତ୍ର ଲକ୍ଷ୍ୟ।ତେଣୁ ସଂଗଠନରେ ଲାଗି ରହିଥିବା ଭେଦଭାବ,ନିର୍ଯାତନା ସହ୍ୟ ନକରିପାରି ସଂଗଠନ ଛାଡିଥିବା କହିଥିଲେ। ଆଗକୁ ଆହୁରି ବହୁ ନକ୍ସଲ ଦଳ ଛାଡିବେ ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe