ବାଲେଶ୍ବର: ଫୁଲୁଚି ସୁବର୍ଣ୍ଣରେଖା ନଦୀ। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ପରିବାର ଲୋକେ ଏବେ ରାସ୍ତା ଉପରେ। ଗତକାଲି ରାତିରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶିଚି। ଏହାକୁ ନେଇ ରାତାରାତି ପିଲାଛୁଆଙ୍କୁ ନେଇ ଭୁଆ ବନ୍ଦ ଉପରକୁ ଉଠି ଆସିଛନ୍ତି ଗାଁ ଲୋକ। ରାସ୍ତାଯାକ ତମ୍ବୁ ମାରି ଜୀବନ ବିତାଉଛନ୍ତି ଲୋକେ।
ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ପୂର୍ବକୁଲ୍ହା ଗ୍ରାମର ପାଖାପାଖି ୫୦ରୁ ଅଧିକ ପରିବାର ଏବେ ବନ୍ଦ ଉପରେ ଆଶ୍ରୟ ନେଉଛନ୍ତି। ବର୍ତ୍ତମାନ ସମୟରେ ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ଟପି ୧୧.୫୨ ଜଳ ପ୍ରବାହିତ ହେଉଛି।
Follow Us