ବସ୍ତିରେ ପାନୀୟଜଳ ସଂକଟ, ୱାଟ୍‌କୋ ଜିଏମ୍‌ଙ୍କୁ ଭେଟିଲା ବିଜେଡି

Advertisment

ପ୍ରବଳ ଖରାରେ ବନ୍ଧମୁଣ୍ଡାର ଅନେକ ବସ୍ତିରେ ପାନୀୟଜଳ ସୁବିଧା ନ ଥିବାରୁ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି କର୍ମୀମାନେ ରାଉରକେଲା ୱାଟ୍‌କୋ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ମହାପ୍ରବନ୍ଧକଙ୍କୁ ଭେଟି ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ପ୍ରବଳ ଖରାରେ ବନ୍ଧମୁଣ୍ଡାର ଅନେକ ବସ୍ତିରେ ପାନୀୟଜଳ ସୁବିଧା ନ ଥିବାରୁ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି କର୍ମୀମାନେ ରାଉରକେଲା ୱାଟ୍‌କୋ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ମହାପ୍ରବନ୍ଧକଙ୍କୁ ଭେଟି ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ୂର

ବନ୍ଧମୁଣ୍ଡା: ସାରା ରାଜ୍ୟରେ ଲୋକମାନେ ପ୍ରବଳ ଖରାରେ କଷ୍ଟ ପାଉଛନ୍ତି। ଏହି ପ୍ରବଳ ଖରାରେ ବନ୍ଧମୁଣ୍ଡାର ଅନେକ ବସ୍ତିରେ ପାନୀୟଜଳ ସୁବିଧା ନ ଥିବାରୁ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ବନ୍ଧମୁଣ୍ଡାର ବିଜେଡି କର୍ମୀମାନେ ରାଉରକେଲା ୱାଟ୍‌କୋ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ମହାପ୍ରବନ୍ଧକଙ୍କୁ ଭେଟି ବନ୍ଧମୁଣ୍ଡା ଅଞ୍ଚଳରେ ପାନୀୟଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଡିଜେଲ କଲୋନି, ମୁଖୀବସ୍ତି, ଇ-ସେକ୍ଟର ଖଟାଲ ବସ୍ତି, ସି-ସେକ୍ଟର ଶାରଦାପଲ୍ଲୀ, ଏ-ସେକ୍ଟର ମୁଖୀବସ୍ତି, ଡି-କ୍ୟାବିନସ୍ଥ ପ୍ରେମନଗର, ମିଲନନଗର ଇତ୍ୟାଦି ସ୍ଥାନଗୁଡ଼ିକରେ ଶୀଘ୍ର ପାଇପ୍‌ଲାଇନ୍‌ ସଂଯୋଗ ଯୋଗାଇ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ବନ୍ଧମୁଣ୍ଡାର ଯେଉଁ ବସ୍ତିଗୁଡ଼ିକରେ ପାଇପ୍‌ଲାଇନ୍‌ ସଂଯୋଗ ଉପଲବ୍ଧ ରହିଛି ସେଠାରେ ମଧ୍ୟ ଉପଯୁକ୍ତ ପରିମାଣରେ ପାନୀୟଜଳ ଯୋଗାଇ ଦିଆଯିବାକୁ ଦାବି ହୋଇଛି। ବିଭାଗୀୟ ଅଧିକାରୀ ଶୀଘ୍ର ଏହି ସମସ୍ୟାଗଡ଼ିକର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଡିଜେଲ କଲୋନି, ମୁଖୀବସ୍ତି, ଇ-ସେକ୍ଟର ଖଟାଲ ବସ୍ତି, ସି-ସେକ୍ଟର ଶାରଦାପଲ୍ଲୀ, ଏ-ସେକ୍ଟର ମୁଖୀବସ୍ତି, ଡି-କ୍ୟାବିନସ୍ଥ ପ୍ରେମନଗର, ମିଲନନଗର ଇତ୍ୟାଦି ସ୍ଥାନଗୁଡ଼ିକରେ ଶୀଘ୍ର ପାଇପ୍‌ଲାଇନ୍‌ ସଂଯୋଗ ଯୋଗାଇ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ବନ୍ଧମୁଣ୍ଡାର ଯେଉଁ ବସ୍ତିଗୁଡ଼ିକରେ ପାଇପ୍‌ଲାଇନ୍‌ ସଂଯୋଗ ଉପଲବ୍ଧ ରହିଛି ସେଠାରେ ମଧ୍ୟ ଉପଯୁକ୍ତ ପରିମାଣରେ ପାନୀୟଜଳ ଯୋଗାଇ ଦିଆଯିବାକୁ ଦାବି ହୋଇଛି। ବିଭାଗୀୟ ଅଧିକାରୀ ଶୀଘ୍ର ଏହି ସମସ୍ୟାଗଡ଼ିକର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସର6ରେ ବିଜେଡିର ଜିଏସ୍‌ ଚନ୍ଦ୍ରଶେଖର, ଗୀତାଞ୍ଜଳି ମହାନ୍ତି, ରବି ଚାନ୍ଦ, ଅବିନାଶ ଯାଦବ, ଆକାଶ ଏକ୍କା, ଶେରୁ ଶର୍ମା, ନୀତୀଶ ମୁଖୀ, ଡି ଅଭିବ କୁମାର, ବିର୍ସା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe