ପେରୁବାଇରେ ଉତ୍କଟ ଜଳ ସମସ୍ୟା: ୩ ବର୍ଷ ହେଲା ଅଚଳ ନଳକୂପ ମରାମତି କରାଯାଉନାହିଁ

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ଜିଲ୍ଲାରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି। ପେରୁବାଇ ଗ୍ରାମରେ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି।

water problem

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ଜିଲ୍ଲାରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି। ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପାଲୀ ପଞ୍ଚାୟତର ପେରୁବାଇ ଗ୍ରାମରେ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ପେରୁବାଇ ଗ୍ରାମଟି ଦୁର୍ଗମ ଅଂଚଳରେ ଅବସ୍ଥିତ। ନକ୍ସଲପ୍ରବଣ ଗ୍ରାମ ହୋଇଥିବାରୁ ଏଠାକୁ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିଲା। କିନ୍ତୁ ଏବେ ସ୍ଥିତି ବଦଳି ଥିଲେ ମଧ୍ୟ ଲୋକଙ୍କ ମୌଳିକ ସମସ୍ୟା ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ହିଁ ରହିଛି। ଗ୍ରାମରେ ରହିଥିବା ସମସ୍ତ ତିନୋଟି ନଳକୂପ ଖରାପ ହୋଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ଅଳ୍ପ ପାଣି ବାହାରୁଛି। ଯାହା ପିଇବା ଯୋଗ୍ୟ ନୁହେଁ।

ଆଇରନ ପାଣି ବାହାରୁଥିବାରୁ ଲୋକେ ଏହି ପାଣି ପିଇ କିଡନି ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ପୁଣି ଏହି ଗ୍ରାମରେ ଏକ ସୋଲାର ପାଇପ ଲାଇନ ରହିଥିଲେ ମଧ୍ୟ ମଟର ଖରାପ ହୋଇ ପଡିଥିବାରୁ ଗତ ତିନି ବର୍ଷ ହେଲା ଏହି ଜଳ ଯୋଗାଣ ମଧ୍ୟ ବନ୍ଦ ରହିଛି। ବାରମ୍ବାର ଗ୍ରାମବାସୀ ପଞ୍ଚାୟତଠାରୁ ଆରମ୍ଭ କରି କାଲିମେଳା ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କେହି ତାଂକ କଥା ଶୁଣୁନଥିବା କହିଛନ୍ତି।

ନା ନଳକୂପ ମରାମତି ହେଉଛି ନା ନୂତନ ନଳକୂପ ଖନନ ହେଉଛି। ଲୋକେ ବାଧ୍ୟ ହୋଇ ଚୁଆ ଏବଂ ଅଳ୍ପ ବାହାରୁଥିବା ଦୂଷିତ ନଳକୂପ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ପ୍ରକାଶ ଥାଉକି ପେରୁବାଇ ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି।ଏବେ ଠାରୁ ଯଦି ପାଣି ସମସ୍ୟା ଏଭଳି ରହିଛି ତେବେ ଆଗକୁ ଗ୍ରୀଷ୍ଣ ଋତୁରେ ଲୋକେ କିପରି ବଞ୍ଚିବେ ତାହା ସହଜରେ ଅନୁମେୟ।ବ୍ଲକ ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe