Zee News
ଲଣ୍ଡନ: ଶିଖର ଧାଓ୍ଵନଙ୍କ ଶତକ (୧୧୭ ରନ୍, ୧୦୯ ବଲ, ୧୬ ଚୌକା), ରୋହିତ ଶର୍ମା(୫୭ ରନ, ୭୦ ବଲ, ୩ ଚୌକା, ୧ ଛକା) ଓ ବିରାଟ କୋହଲି (୮୨ ରନ୍, ୭୭ ବଲ୍, ୪ ଚୌକା, ୨ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ୩୫୨ ରନ୍ କରିଛି। ଲଣ୍ଡନର ଓଭାଲ ଷ୍ଟାଡିୟମ୍ରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୩୫୨ ରନ୍ କରିଛି। ଫଳରେ କଙ୍ଗାରୁ ଦଳକୁ ମ୍ୟାଚ୍ ବିଜୟ ପାଇଁ ୩୫୩ ରନ୍ ଟାର୍ଗେଟ ମିଳିଛି।
Zee Newsଆରମ୍ଭରୁ ଆଜି ଭାରତୀୟ ଓପରନ ଶିଖର ଧାଓ୍ଵନ ଓ ରୋହିତ ଶର୍ମା ମନ୍ଥର ଗତିରେ ଖେଳିଥିଲେ। ଭାରତର ସ୍କୋର ୧୦ ଓଭରରେ ୪୧ ରନ୍ ହୋଇଥିଲା। ୨୦ ଓଭର ବେଳକୁ ସ୍କୋର ୧୧୧ ରନ୍ରେ ପହଂଚିଥିବା ବେଳେ ୩୦ ଓଭରରେ ଭାରତ ରୋହିତ ଶର୍ମାକୁ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା। ସ୍କୋର ୨୩୬ ରନ୍ ବେଳକୁ ଭାରତ ୪୦ ଓଭରରେ ୨ଟି ଓ୍ଵିକେଟ ହରାଇ ଥିଲା।
Hindustan Timesଭାରତ ପ୍ରଥମ ଓ୍ଵିକେଟରେ ୧୨୭ ରନ୍ ଯୋଡ଼ିଥିବା ବେଳେ ୨୨.୩ ଓଭରରେ ରୋହିତ କଲଟର ନାଇଲଙ୍କ ବଲ ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟରେ କୋହଲି ଏବଂ ଧାଓ୍ଵନ ୯୩ ରନ୍ ଯୋଡ଼ିଥିଲେ। ଧାଓ୍ଵନ ଆଉଟ ହେବା ପରେ କୋହଲି ଓ ପାଣ୍ଡ୍ୟା ୩ୟ ଓ୍ଵିକେଟରେ ୮୧ ରନ୍ ସଂଗ୍ରହ କରିଥିଲେ। ୪୫.୫ ଓଭରରେ ଭାରତର ସ୍କୋର ୩୦୧ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହେବା ପରେ ମହେନ୍ଦ୍ର ସିଂହ ଧୋନି ପଡ଼ିଆକୁ ପ୍ରବେଶ କରିଥିଲେ।
ଭାରତ ସ୍କୋରବୋର୍ଡ
ରୋହିତ ଶର୍ମା: କ-ଆଲେକ୍ସ କ୍ୟାରି-ବୋ-ନାଇଲ, ୫୭ ରନ୍, ୭୦ ବଲ, ୩ ଚୌକା, ୧ ଛକା
ଶିଖର ଧାଓ୍ଵନ: କ-ଲାୟନ-ବୋ-ଷ୍ଟାକର୍ସ, ୧୧୭ ରନ୍, ୧୦୯ ବଲ, ୧୬ ଚୌକା
ବିରାଟ କୋହଲି: କ-କମିଂନସ୍-ବୋ-ଷ୍ଟୋଇନିସ୍ ,୮୨ ରନ୍, ୭୬ ବଲ, ୪ ଚୌକା, ୨ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ଫିଞ୍ଚ-ବୋ-ପେଟ କମିଂନ୍ସ୍, ୪୮ ରନ୍, ୨୭ ବଲ, ୪ ଚୌକା, ୩ ଛକା
ମହେନ୍ଦ୍ର ସିଂହ ଧୋନି: କ-ବୋ-ଷ୍ଟୋଇନିସ୍, ୨୭ ରନ, ୩ ଚୌକା, ୧ ଛକା
ଲୋକେଶ ରାହୁଲ: ଅପରାଜିତ ୧୧ ରନ୍, ୩ ବଲ
କେଦାର ଯାଦବ: ଅପରାଜିତ, ୦ ରନ୍, ୦ ବଲ୍
ଅତିରିକ୍ତ: ୧୦ ରନ୍ (ଲେଗବାଏ ୩, ଓ୍ଵାଇଡ ୭)
ମୋଟ: ୩୫୨ ରନ୍ (୫ଓ୍ଵିକେଟ୍, ୫୦ ଓଭର)
Follow Us