ବିଜେପି ଆତଙ୍କବାଦୀ ସଂଗଠନ, କେବଳ ମୁସଲିମ୍‌ ନୁହେଁ ହିନ୍ଦୁମାନଙ୍କୁ ମଧ୍ୟ ଝଗଡ଼ା କରାଉଛି: ମମତା ବାନାର୍ଜୀ

Advertisment
କୋଲକତାରେ ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟରେ ମମତା ଦାୟୀ ବୋଲି ଲେଖିଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ବିଜେପିକୁ ଆତଙ୍କବାଦୀ ସଂଗଠନ କହିଛନ୍ତି ମମତା ବାନାର୍ଜୀ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମମତା କହିଛନ୍ତି, ଆମେ ବିଜେପି ଭଳି ଆତଙ୍କବାଦୀ ସଂଗଠନ ନୋହୁଁ। ବିଜେପି କେବଳ ଖ୍ରୀଷ୍ଟିଆନ୍‌ ଓ ମୁସଲମାନମାନଙ୍କୁ ଝଗଡ଼ା କରାଉ ନାହାନ୍ତି, ବରଂ ହିନ୍ଦୁମାନଙ୍କୁ ମଧ୍ୟ ଝଗଡ଼ା କରାଉଛି।

ମମତାଙ୍କ ବୟାନ ଏମିତି ଏକ ସମୟରେ ଆସିଛି, ଯେଉଁ ସମୟରେ ବିଜେପି ବିପକ୍ଷରେ ତୃତୀୟ ମୋର୍ଚ୍ଚା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ମମତାଙ୍କ ଭୂମିକା ଅଧିକ ରହିବ ବୋଲି ରାଜନୀତିଜ୍ଞମାନେ ଅନୁମାନ କରିଛନ୍ତି।

ମମତାଙ୍କ ବୟାନ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି ଆସିଥିବା କୁହାଯାଉଛି। ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ବିଜେପିକୁ ଅଟକାଇବା ପାଇଁ ବିରୋଧୀ ଦଳମାନେ ବିକଳ୍ପ ପରିସ୍ଥିତି ସୃଷ୍ଟି କରିପାରନ୍ତି। କାରଣ କର୍ଣ୍ଣାଟକ ନିର୍ବାଚନ ପରେ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ବିରୋଧୀ ନେତାମାନେ ମଧ୍ୟ ମଂଚରେ ଦେଖାଯାଇଥିଲେ।

ଏଚ୍‌.ଡି କୁମାରସ୍ୱାମୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ଗୋଟିଏ ମଂଚରେ ମମତା ବାନାର୍ଜୀ ଓ ତାଙ୍କ ବିରୋଧୀ ସିପିଏମ୍‌ର ପଲିଟି ବ୍ୟୁରୋ ସଦସ୍ୟ ସୀତାରାମ ୟେଚୁରୀଙ୍କୁ ମଧ୍ୟ ଦେଖାଯାଇଥିଲା। ଏହି ମଂଚରେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe