ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଗୁଳି ଚୋଟରେ ବିଜେପି କର୍ମୀ ନିହତ

Advertisment
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଗୁଳି ଚୋଟରେ ବିଜେପି କର୍ମୀ ନିହତ

Image Courtesy: India Today

ନୂଆଦିଲ୍ଲୀ: ରବିବାର ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଗୁଳି ମାରାଯାଇ ହତ୍ୟା କରାଯାଇଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୨୪ ବର୍ଷିୟ ଚନ୍ଦନ ଶ’। ଗତ ରାତିରେ ଦୁଇଚକିଆ ଯାନ ଚଳାଇ ଯାଉଥିବା ବେଳେ ତାଙ୍କୁ ଅଜ୍ଞାତ ଆତତାୟୀମାନେ ହତ୍ୟା କରିଛନ୍ତି।

ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାମୟ ପରିସ୍ଥିତି ଉପୁଜିବାରୁ ନିରାପତ୍ତା ବଳ ମୁତୟନ କରାଯାଇଛି।

ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଲାଗିରହିଛି। ରବିବାର ଦିନ ଜଙ୍ଗଲମନ୍ତ୍ରୀ ବିନୟ କୃଷ୍ଣ ବର୍ମନ ଗାଡ଼ିକୁ ଆକ୍ରମଣ କରାଯାଇଥିଲା। ଶାସକ ତୃଣମୂଳ କଂଗ୍ରେସର କର୍ମୀମାନଙ୍କୁ ମାରଧର କରାଯାଇ ଦଳର କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା।

କୁଚ୍‌ବେହାରର ଦିନହା, ଜଳପାଇଗୁଡ଼ିର ପାହାରପୁରଏବଂ ଦକ୍ଷିଣ ଦିନପୁର ଗଙ୍ଗାରାମପୁରରେ ମଧ୍ୟ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି।

ତୃଣମୂଲ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭାଟପଡ଼ା ଏବଂ କାଙ୍କିନାରାରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe