ଇରାନର ଆକ୍ରମଣ ପରେ ଏବେ କଣ କରିବ ଇସ୍ରାଏଲ, ପ୍ଲାନ ବାବଦରେ କହିଲେ ରାଷ୍ଟ୍ରଦୂତ

Advertisment

ଇସ୍ରାଏଲ ଇରାନ ବିରୋଧରେ ପଦକ୍ଷେପ ନେବ ନା ଚୁପ ହୋଇ ବସିରହିବ, ସେନେଇ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ଥିବା ରୁଭିନ ଆଜର ବଡ଼ ବିବୃତ୍ତି ଦେଇଛନ୍ତି। ରୁଭିନ ଆଜର ସ୍ପଷ୍ଟ କରିଛନ୍ତି, "ଇରାନ ଆକ୍ରମଣ କରିଛି। ବର୍ତ୍ତମାନ ଏହାର ମୂଲ୍ୟ ଦେବାକୁ ପଡିବ।

ଇସ୍ରାଏଲ ଇରାନ ବିରୋଧରେ ପଦକ୍ଷେପ ନେବ ନା ଚୁପ ହୋଇ ବସିରହିବ, ସେନେଇ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ଥିବା ରୁଭିନ ଆଜର ବଡ଼ ବିବୃତ୍ତି ଦେଇଛନ୍ତି। ରୁଭିନ ଆଜର ସ୍ପଷ୍ଟ କରିଛନ୍ତି, "ଇରାନ ଆକ୍ରମଣ କରିଛି। ବର୍ତ୍ତମାନ ଏହାର ମୂଲ୍ୟ ଦେବାକୁ ପଡିବ।

iran israel

ନୂଆଦିଲ୍ଲୀ: ଲେବାନନ୍ ଉପରେ ଇସ୍ରାଏଲ ସେନାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଗତକାଲି ଇରାନ ଇସ୍ରାଏଲ ବିରୋଧରେ ପ୍ରଚଣ୍ଡ ଆକ୍ରମଣ କରିଥିଲା | କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍‌ କରି ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ତେବେ ବର୍ତ୍ତମାନ ଇସ୍ରାଏଲ ଇରାନ ବିରୋଧରେ ପଦକ୍ଷେପ ନେବ ନା ଚୁପ ହୋଇ ବସିରହିବ, ସେନେଇ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ଥିବା ରୁଭିନ ଆଜର ବଡ଼ ବିବୃତ୍ତି ଦେଇଛନ୍ତି। ରୁଭିନ ଆଜର ସ୍ପଷ୍ଟ କରିଛନ୍ତି, "ଇରାନ ଆକ୍ରମଣ କରିଛି। ବର୍ତ୍ତମାନ ଏହାର ମୂଲ୍ୟ ଦେବାକୁ ପଡିବ। ଆମେ ଇରାନକୁ ଉପଯୁକ୍ତ ଉତ୍ତର ଦେବୁ। ସେମାନେ ୧୮୧ଟି କ୍ଷେପଣାସ୍ତ୍ର ମାଡ କରିଥିଲେ।

ତେଣୁ ଆମେ ମଧ୍ୟ ଏହାର ସଠିକ ଜବାବ ଦେବୁ | ସେ କହିଛନ୍ତି ଯେ ଆମ ନାଗରିକମାନଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶୃତିବଦ୍ଧ | ରୁଭିନ ଆଜର ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମଧ୍ୟସ୍ଥତା ପାଇଁ କୌଣସି ସୁଯୋଗ ନାହିଁ। ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ଅନୁଯାୟୀ, "ଆମ ବିରୁଦ୍ଧରେ ନରସଂହାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା | ଜାତିସଂଘ ଇରାନର ଆକ୍ରମଣକୁ ନିନ୍ଦା କରି ନାହିଁ। ଆମେ ୩୦ ବର୍ଷ ସହିଛୁ କିନ୍ତୁ ବର୍ତ୍ତମାନ ଏହାକୁ ବରଦାସ୍ତ କରିବୁ ନାହିଁ। ଇରାନ ସହ ମଧ୍ୟସ୍ଥତା କରିବାର କୌଣସି ସୁଯୋଗ ନାହିଁ।

ବାସ୍ତବରେ ଗତକାଲି ଭାରତୀୟ ସମୟ ରାତି ୧୦ଟା ୨୦ରୁ ଇରାନ ଇସ୍ରାଏଲ ଉପରେ ତୀବ୍ର ଆକ୍ରମଣ କରିଥିଲା | ମାତ୍ର ୧୦ ମିନିଟ୍‌ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନେକ ଟାର୍ଗେଟ୍‌ରେ ପହଞ୍ଚୁଥିବାରୁ ଭୟାନକ ସ୍ଥିତି ଉପୁଜିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe