ମା'ଙ୍କୁ ଦର୍ଶନ କଲେ କଣ ମାଗୁଣି କରିବେ, ଜାଣନ୍ତୁ କଣ କୁହନ୍ତି ପଣ୍ଡିତ ଜିତୁ ଦାଶ

ମାଙ୍କ ନିକଟରେ ଗୁହାରୀ ସମୟରେ ଆପଣ କଣ ପ୍ରାର୍ଥନା କରିବା ଉଚିତ? କେବେ ଭାବିଛନ୍ତି କି? ମାଙ୍କୁ ଆପଣ କଣ ନିବେଦନ କରିବେ ସେନେଇ ସୁନ୍ଦର ଭାବେ ବ୍ୟାଖ୍ୟା କରିଛନ୍ତି ପଣ୍ଡିତ ଜିତୁ ଦାଶ |

jitu dash (1)

ବେ ତ ଆପଣ ମା' ଦୁର୍ଗାଙ୍କୁ ଦର୍ଶନ କରୁଥିବେ | ମଣ୍ଡପରୁ ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିବା ସହ ହାତ ଯୋଡି ମନର କଥା କହୁଥିବେ | ତେବେ ମାଙ୍କ ନିକଟରେ ଗୁହାରୀ ସମୟରେ ଆପଣ କଣ ପ୍ରାର୍ଥନା କରିବା ଉଚିତ? କେବେ ଭାବିଛନ୍ତି କି? ମାଙ୍କୁ ଆପଣ କଣ ନିବେଦନ କରିବେ ସେନେଇ ସୁନ୍ଦର ଭାବେ ବ୍ୟାଖ୍ୟା କରିଛନ୍ତି ପଣ୍ଡିତ ଜିତୁ ଦାଶ | ପଣ୍ଡିତ ଜିତୁ ଦାଶଙ୍କ କହିବା କଥା ଯେ ମା'ଙ୍କୁ ପାର୍ବଣର ରାଣୀ କୁହାଯାଏ | ସତ୍ୟ ଯୁଗରେ ମା' ମହିଷାସୁରକୁ ଦମନ କରିଥିବାବେଳେ ତ୍ରେତୟା ଯୁଗରେ ବି ଆବିର୍ଭାବ ହୋଇଥିଲା | ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଯୋଗମାୟା ଭାବରେ ଓ କଳି ଯୁଗରେ ଉଭୟ ମୃଣ୍ମୟୀ ଓ ପୀଠରେ ମାଙ୍କୁ ଆରାଧନା କରାଯାଉଛି |

ପଣ୍ଡିତ ଜିତୁ ଦାଶଙ୍କ ମତରେ 'ବ୍ରହ୍ମାଦାତା ସୁରବର ତରୂ, ଶଙ୍କର ରତ୍ନ ଦାତା, ଭୋଗ ଦାତା ଭବାନୀ, ମୁକ୍ତି ଦାତା ମୂରାରୀ '| ତେଣୁ ମା ଭୋଗ ବିଳାସରେ ବୁଡାଇ ରଖନ୍ତି | ଧନ, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ, ସମ୍ମାନ, ବିଭବ ଏସବୁ କିଛି ମା' ଦେଇପାରିବେ | କିନ୍ତୁ ଆମେ ମାଙ୍କ ନିକଟରେ ଏସବୁ ମାଗିବା ଉଚିତ ନୁହେଁ | ମା'ଙ୍କୁ ପୂଜା କରି କେବଳ ଏତିକି କହିବା ହେ ମା, ଏ ସାରା ପୃଥିବୀରୁ ତୁ ଅଧର୍ମକୁ ବିନାଶ କର, ଧର୍ମକୁ ସ୍ଥାପନ କର |

ଏ ପୃଥିବୀରେ ସମସ୍ତଙ୍କୁ ଭଲ ବାଟ ଦେଖାଇବା ସହ ଭଲ ମନ ନେଇ ସମସ୍ତେ ଚଳନ୍ତୁ | ନିଜ ପାଇଁ କିଛି ନ ମାଗି ଦୁନିଆ ପାଇଁ ପ୍ରାର୍ଥନା କରନ୍ତୁ | ମା ବର୍ଷକୁ ଥରେ ଧରାଧାମକୁ ଆସିଛୁ, ସମସ୍ତଙ୍କର ମଙ୍ଗଳ କର, ପୁଣି ଆସନ୍ତାବର୍ଷ ତୋ ଅପେକ୍ଷାରେ ଆମେ ରହିଲୁ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe