Image: Zee News
ମୁମ୍ବାଇ: ଚଳିତ ମାସରେ ଆରମ୍ଭ ହେଉଥିବା ଲୋକସଭା ନିର୍ବାଚନ ସମୟରେ ମିଥ୍ୟା ସମାଚାର ଯାଞ୍ଚ କରିବାକୁ ଓ ସୂଚନାର ସତ୍ୟାସତ୍ୟ ପରିଖିବାକୁ ବୁଧବାର ଦିନ ହ୍ଵାଟସ୍ଆପ୍ ଭାରତୀୟମାନଙ୍କ ପାଇଁ ଗୋଟାଏ ସେବା ଆରମ୍ଭ କରିଛି।
ଏକ ବିବୃତିରେ ହ୍ଵାଟ୍ସ୍ଆପ୍ କହିଛି, ବ୍ୟବହାରକାରୀମାନେ ପଠାଉଥିବା ବାର୍ତ୍ତାଗୁଡ଼ିକୁ ସତ୍ୟ, ମିଥ୍ୟା, ବିଭ୍ରାନ୍ତକର କିଂବା ସନ୍ଦେହଜନକ ଭାବେ ଶ୍ରେଣୀଭୁକ୍ତ କରାଇବାକୁ ସେ (ହ୍ଵାଟ୍ସ୍ଆପ୍) ସ୍ଥାନୀୟ ଉଦ୍ୟୋଗ ପ୍ରୋଟୋ ସହ କାମ କରୁଥିଲା।
ହ୍ଵାଟ୍ସ୍ଆପ୍ରେ ଭୁଲ୍ ସୂଚନା ପ୍ରସାରଣ ହେଉଛି ବୋଲି ଭାରତର ୨୦୦ ନିୟୁତ ବ୍ୟବହରାକାରୀମାନେ ସମାଲୋଚନା କରିବାରୁ ବିଶ୍ୱବ୍ୟାପୀ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ଲାଗିପଡ଼ିଥିଲେ।
ଚେକ୍ପଏଣ୍ଟ୍ ଟିପ୍ଲାଇନ୍ ନାମକ ଏହି ନୂତନ ସେବା ଇଂରାଜୀ ଏବଂ ଚାରିଟି ଆଞ୍ଚଳିକ ଭାଷାରେ ଛବି ଓ ଭିଡିଓ ଭାବେ ବାର୍ତ୍ତା ଗ୍ରହଣ କରିପାରିବ
ସୋମବାର ଦିନ ହ୍ଵାଟ୍ସ୍ଆପ୍ର ମାଲିକ ଫେସ୍ବୁକ୍ କହିଥିଲା କି, ଭାତର ଓ ପାକିସ୍ତାନରେ ୭୧୨ ଆକାଉଣ୍ଟ୍ ଏବଂ ୩୯୦ ପୃଷ୍ଠା ଉଡ଼ାଇ ଦିଆଯାଇଛି।
Follow Us