କମିସନ୍‌ରେଟ ପୁଲିସ ଓ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ କେବେ ?

Advertisment

ଗତ ୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନା କରିବାକୁ ଘୋଷଣା କରିଥିଲେ। କମିସନରେଟ୍‌ ପୁଲିସ ଓ ସହରରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ପାଇଁ ପୂର୍ବ ବିଜେଡ଼ି ସରକାର ଘୋଷଣା କରିଥିଲେ। ଶାସନକାଳ ମଧ୍ୟରେ  କମିସନରେଟ୍‌ ପୁଲିସ କାର୍ଯ୍ୟକାରୀ ହେଲାନି।

ଗତ ୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନା କରିବାକୁ ଘୋଷଣା କରିଥିଲେ। କମିସନରେଟ୍‌ ପୁଲିସ ଓ ସହରରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ପାଇଁ ପୂର୍ବ ବିଜେଡ଼ି ସରକାର ଘୋଷଣା କରିଥିଲେ। ଶାସନକାଳ ମଧ୍ୟରେ  କମିସନରେଟ୍‌ ପୁଲିସ କାର୍ଯ୍ୟକାରୀ ହେଲାନି।

rourkela1

ରାଉରକେଲା: କମିସନରେଟ୍‌ ପୁଲିସ ଓ ସହରରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ପାଇଁ ପୂର୍ବ ବିଜେଡ଼ି ସରକାର ଘୋଷଣା କରିଥିଲେ। ଶାସନକାଳ ମଧ୍ୟରେ  କମିସନରେଟ୍‌ ପୁଲିସ କାର୍ଯ୍ୟକାରୀ ହେଲାନି। ଆଜି ପର୍ଯ୍ୟନ୍ତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଇଟା ଖଣ୍ଡିଏ ମଧ୍ୟ ପଡ଼ିଲାନି। ଏବେ ସରକାର ବଦଳିଛି। ଆବଶ୍ୟକତା ଦୃଷ୍ଟିରୁ ରାଉରକେଲାକୁ କମିସନରେଟ୍‌ ପୁଲିସ କରାଯିବାର ଆବଶ୍ୟକତା ରହିଛି। ଏଥିସହ ଜାଭିୟର ଇନ୍‌ଷ୍ଟିଚ୍ୟୁଟ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଗତ ୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନା କରିବାକୁ ଘୋଷଣା କରିଥିଲେ। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ରାଜ୍ୟ ସରକାର ଓ ଜାଭିୟର ମିଳିତ ଉଦ୍ୟମରେ ରାଉରକେଲା ୟୁନିଟ୍‌ ନଂ ୫ରେ ହେବାକୁ ନିଷ୍ପତ୍ତି ହୋଇଥିଲା। ରାଉରକେଲା ୟୁନିଟ୍‌ -୫ସ୍ଥ ଆର୍‌ଏସ୍‌ପି ୩୦ ଏକର ଜାଗା ଓ ୧୨୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ଅବହେଳାରୁ ଆଜି ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଖଣ୍ଟିଏ ଇଟା ମଧ୍ୟ ପଡ଼ି ପାରିଲାନାହିଁ। ଗତ ୧୦ ବର୍ଷ ତଳେ ଅର୍ଥାତ୍‌ ୨୦୨୩ରେ ଝିରପାଣି-ଦେଓଗାଁ ମଧ୍ୟରେ (କାଠଯୋଡି ଓ ନର୍ମଦାନଦୀ ପରି) ବ୍ରାହ୍ମଣୀ ଓ କୋଏଲନଦୀ କୂଳରେ ରିଂରୋଡ ନିର୍ମାଣ  ପାଇଁ ସରକାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ହେଲେ ସହର ଭିତରକୁ ପଶୁଥିବା ବନ୍ୟାଜଳକୁ  ସମ୍ପୂର୍ଣ୍ଣ ରୋକାଯାଇପାରିଥାନ୍ତା। ହେଲେ ତାହା ସେମିତି ଶିଳାନ୍ୟାସରେ ସରିଯାଇଛି। ସହରରେ ଆନ୍ତଃରାଜ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଗତ ୨୦୧୪ରେ ସରକାର ରାଉରକେଲାକୁ କମିସନରେଟ୍‌ ପୁଲିସ୍‌ ଘୋଷଣା କରିଥିଲେ। ଆଜିକୁ ୯ ବର୍ଷ ବିତିଯାଇଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଗତ ୨୦୦୩  ଅର୍ଥାତ୍‌ ୨୦ ବର୍ଷ ତଳେ ରାଉରକେଲା ମେଡ଼ିକାଲ କଲେଜ ପାଇଁ କୁଆରମୁଣ୍ଡା ଡାଏରୀ ଫାର୍ମରେ ସରକାର ଶିଳାନ୍ୟାସ କରିଥିଲେ। ରିଂ ରୋଡ ପରି ତାହା ମଧ୍ୟ ଶିଳାନ୍ୟାସରେ ରହିଯାଇଛି। ସମ୍ପୃକ୍ତ ଜାଗାକୁ ଏବେ ସରକାର ଶାଗମାଛ ଦରରେ ସ୍ପଞ୍ଜ କାରଖାନାକୁ ଟେକି ଦେବାକୁ ଯାଉଛନ୍ତି। ଯାହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡାବିରୋଧ କରାଯାଉଛି।

ସେମିତି ସୁନ୍ଦରଗଡ଼ରେ ହକିର ବିକାଶ ଗତ ୨୦୦୮ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ସରକାର ହକି ନର୍ସରୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ୧୫ ବର୍ଷ ବିତିଯାଇଥିଲେ ହେଁ ସରକାର ଏ ଦିଗରେ ଥରୁଟିଏ ଚିନ୍ତା କରିନାହାନ୍ତି। ସହରରେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ବାସଗୃହ। ରାଜ୍ୟ ଗୃହ ନିର୍ମାଣ ବିଭାଗ ହେଉ ଅବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ବିଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe