ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର କସ୍ତୁରୀ ବଗର୍ତ୍ତୀ ଅବିବାହିତା ମହିଳା। ଦୀର୍ଘ ବର୍ଷ ହେବ ନିଜର ବାପା-ମା’ଙ୍କୁ ହରାଇବା ପରେ ବାଧ୍ୟ ହୋଇ ନିଜ ବଡ଼ଭାଇ ଘରେ କୁଲି ମଜୁରୀ କାମ କରି ବହୁ କଷ୍ଟରେ ଚଳପ୍ରଚଳ କରି ଆସୁଥିବା ଜଣାପଡ଼ିଛି। ଅନେକ ଦିନ ହେବ ନିଜେ କେମିତି ବଞ୍ଚିବେ ଓ ଭବିଷ୍ୟତ କଥାକୁ ଚିନ୍ତାକରି କରି ଭାଙ୍ଗିପଡ଼ିଯାଇଥିବା ଜଣାପଡ଼ିଛି।
ସରକାର ଯଦି ଉପଯୁକ୍ତ ସମୟରେ ତାଙ୍କୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରି ଅବିବାହିତା ଭତ୍ତା ପ୍ରଦାନ କରି ଦେଇ ପାରିଥାନ୍ତେ ତାହାଲେ ତାଙ୍କ ଜୀବନ ଯାପନରେ କିଛି ମାତ୍ରାରେ ସହାୟତା ମିଳିପାରିଥାନ୍ତା ବୋଲି ସ୍ଥାନୀୟ ଗ୍ରାମର ବାଲେଶ୍ଵର ବଗର୍ତ୍ତୀ, ସଳେନ୍ଦ୍ର ବଗର୍ତ୍ତୀ, ଲୋଚନି ବଗର୍ତ୍ତୀ, ଲଳିତା ବଗର୍ତ୍ତୀ ଓ ବିମଳ ବଗର୍ତ୍ତୀ ପ୍ରକାଶ କରିଥିବା ଜଣାପଡ଼ିଛି। ଦେଶ ସ୍ୱାଧିନ ହେବାର ଅନେକ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଅନେକ ସ୍ଥାନରେ ଏହିଭଳି ଅନେକ ନିରୀହ ଜନତା ପ୍ରକୃତ ସ୍ୱାଧିନତା ରୁ ବଞ୍ଚିତ ରହିଥିବା ଅଦ୍ୟାବଧି ଦେଖିବାକୁ ମିଳୁଛି।
ସରକାର ଯଦି ଉପଯୁକ୍ତ ସମୟରେ କସ୍ତୁରୀ ବଗର୍ତ୍ତୀଙ୍କୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରି ଅବିବାହିତା ଭତ୍ତା ପ୍ରଦାନ କରି ଦେଇ ପାରିଥାନ୍ତେ ତାହାଲେ ତାଙ୍କ ଜୀବନ ଯାପନରେ କିଛି ମାତ୍ରାରେ ସହାୟତା ମିଳିପାରିଥାନ୍ତା ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡ଼ିଛି।
ନିରୀହ ଜନତାଙ୍କୁ କେବଳ ନିର୍ବାଚନ ସମୟ ପାଖେଇ ଆସିବା ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ଅନେକ ବଡ଼ ବଡ଼ିଆ ମନତୃପ୍ତକର ପ୍ରତିଶ୍ରୁତିର ଲମ୍ୱା ଆନନ୍ଦମୟ ଭାଷଣ ମିଳିଥାଏ ସତ କିନ୍ତୁ ନିର୍ବାଚନ ସରିଲା ପରେ ନିରୀହ ଜନତାଙ୍କୁ କେବଳ ନିର୍ବାଚନର ସେହି ଆନନ୍ଦମୟ ମାଳକୁ ଭରଷା କରି ଅବସିଷ୍ଟ ଜୀବନଯାପନ କରିବାକୁ ପଡ଼ୁଥିବା ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି। ଦେଶ ବିକଶିତ ମାର୍ଗରେ ଏତେ ଅଗ୍ରସର ହୋଇ ଚନ୍ଦ୍ରକୁ ମଧ୍ୟ ପହଞ୍ଚିବାରେ ସଫଳତା ପ୍ରାପ୍ତ କରିଥିବା ସତ୍ତ୍ୱେ ପ୍ରକୃତରେ ଅଦ୍ୟାବଧି ଦେଶର “ରାଜା” ଜନତା ଜନାର୍ଦନକ କୁହାଯାଉଥିବା ନାଗରିକ ମାନଙ୍କ ଦୁଃଖ ଦୁର୍ଦ୍ଦଷା କିନ୍ତୁ କମିବାର ନାମ ନେଉ ନଥିବା ସାଧାରଣରେ ଆଲୋଚନା ଜୋର ଧରିଥିବା ଶୁଣିବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ଜବରଦଖଲରେ ସାଲୁଙ୍କୀ ନଦୀଶଯ୍ୟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/IURa3OW7US0DR6K8Feq2.jpg)