କେବେ ପୁଣି କେଉଁ ଛବିରେ ନଜର ଆସିବେ ଓଲିଉଡର ଚର୍ଚ୍ଚିତା ନାୟିକ ଅର୍ଚ୍ଚିତା

ଦୁଇ ଦଶକ ଧରି ଓଲିଉଡରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି ଚର୍ଚ୍ଚିତା ନାୟିକ ଅର୍ଚ୍ଚିତା।  ପୁଣି କେଉଁ ସିନେମାରେ ଅର୍ଚ୍ଚିତା ଅଭିନୟ କରିବେ, ସେଥିନେଇ ତାଙ୍କ ପ୍ରଶଂସକ ମହଲରେ ଉତ୍କଣ୍ଠା ଲାଗି ରହିଛି। 

Untitled-6

ଭୁବନେଶ୍ବର: ଦୁଇ ଦଶକ ଧରି ଓଲିଉଡରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି ଜଣେ ନାୟିକା। ସେ କେବେ ବି ବିରତି ନେଇନାହାନ୍ତି କି ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ତାଙ୍କୁ ଗାଦିଚ୍ୟୁତ କରିବାର ସୁଯୋଗ ଦେଇନାହାନ୍ତି। ସେଇଥିପାଇଁ ସେ ସବବେଳେ ଚର୍ଚ୍ଚିତା, ଆଉ ସେହି ନାୟିକ ହେଲେ ଅର୍ଚ୍ଚିତା ସାହୁ। 
ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଓ ମାଇଁ ଲଭ୍’(୨୦୦୫ ) ଜରିଆରେ ଅର୍ଚ୍ଚିତା ସାହୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାପରେ ତାଙ୍କୁ ‘ବାବୁ ଆଇ ଲଭ୍ ୟୁ’, ‘ଦେ ମା’ ଶକ୍ତି ଦେ’, ‘ତୋ’ ବିନା ମୋ’ କାହାଣୀ ଅଧା’, ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ‘ଧନରେ ରଖିବୁ ଶପଥ ମୋର’, ‘ମୁଁ ସପନର ସୌଦାଗର’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଚି ପାଉଁଜି ତୋର’ , ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଆକାଶେ କି ରଙ୍ଗ ଲାଗିଲା’, ତୋର ମୋର ଯୋଡ଼ି ସୁନ୍ଦର, ଥୁକୁଲ୍, ଆଲୋ ମୋ କଣ୍ଢେଇ, କେବେ ତୁମେ ନାହଁ କେବେ ମୁଁ ନାହିଁ, ଛାତି ତଳେ ଡିଙ୍ଗ ଡଂ, ଚମ୍ପିଆନ୍, ଶପଥ, ଲୋଫର, ଚକଲେଟ୍, ପିଲାଟା ବିଗିଡ଼ିଗଲା, ବାଏ ବାଏ ଦୁବାଇ, ସ୍ମାଇଲ୍ ପ୍ଲିଜ୍, ଅଜବ ସଂଜୁର ଗଜବ କଥା, ରଜା ଝିଅ ସାଙ୍ଗେ ହେଇଗଲା ଭାବ, ଏସିପି ସାଗରିକା, ମୁଁ ଏକା ତୁମର, ହେଲା ମତେ ପ୍ରେମ ଜର, ଶିବା ନଟ୍ ଆଉଟ୍, ଜଷ୍ଟ ମୋହବତ୍, ଅଭିମାନ, ପାଦେ ଆକାଶ, ବୋଉ ବୁଟୁ ଭୂତ ଓ ଡେଲିଭରି ବୟ୨ ଆଦି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସିନେମାରେ ଦର୍ଶକ ଦେଖିବାକୁ ପାଇଛନ୍ତି।
ଗତ ବର୍ଷ ତାଙ୍କର କୌଣସି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନଥିବାବଳେ ଚଳିତ ବର୍ଷ ଲଗାତାର ତିନିଟି ଛବି (ପାଦେ ଆକାଶ, ବୋଉ ବୁଟୁ ଭୂତ ଓ ଡେଲିଭରି ବୟ୨ ) ରିଲିଜ୍ ହୋଇଛି।

୨୦୨୫ର ତିନି ଛବି (ପାଦେ ଆକାଶ, ବୋଉ ବୁଟୁ ଭୂତ ଓ ଡେଲିଭରି ବୟ୨ ) ପରେ ପୁଣି କେଉଁ ସିନେମାରେ ଅର୍ଚ୍ଚିତା ଅଭିନୟ କରିବେ, ସେଥିନେଇ ତାଙ୍କ ପ୍ରଶଂସକ ମହଲରେ ଉତ୍କଣ୍ଠା ଲାଗି ରହିଛି। ପୁଣି କେବେ ଓଲିଉଡର ଆଗଧାଡ଼ିର ନାୟିକା ଅର୍ଚ୍ଚିତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ, କେଉଁ ନାୟକଙ୍କ ବିପକ୍ଷରେ ସେ ଏଥର ନାୟିକା ନାୟିକା ସାଜୁଛନ୍ତି, ସେଥିନେଇ ସିନେପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

୨୦୨୫ର ଉପରୋକ୍ତ ତିନି ଛବି ପରେ ପୁଣି କେଉଁ ସିନେମାରେ ଅର୍ଚ୍ଚିତା ଅଭିନୟ କରିବେ, ସେଥିନେଇ ତାଙ୍କ ପ୍ରଶଂସକ ମହଲରେ ଉତ୍କଣ୍ଠା ଲାଗି ରହିଛି। ପୁଣି କେବେ ଓଲିଉଡର ଆଗଧାଡ଼ିର ନାୟିକା ଅର୍ଚ୍ଚିତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ, କେଉଁ ନାୟକଙ୍କ ବିପକ୍ଷରେ ସେ ଏଥର ନାୟିକା ନାୟିକା ସାଜୁଛନ୍ତି, ସେଥିନେଇ ସିନେପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଣେ ଏଯାଏ ଅନ୍ୟ କୌଣସି ଓଡ଼ିଆ ଛବି ପାଇଁ ଅର୍ଚ୍ଚିତା ଚୁକ୍ତିବଦ୍ଧ ହୋଇନଥିବା କୁହାଯାଉଛି। ଦେଖାଯାଉ, ସେ ପୁଣି କେଉଁ ଓଡ଼ିଆ ଛବିରେ କାମ କରୁଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe