Advertisment

ଶବ ହୋଇ ପୁଅ ଖୋଜୁଛି ବାପାର ପରିଚୟ

Advertisment

ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ପୁଅର ମୃତ୍ୟ ହୋଇଗଲା। ଶବ ବ୍ୟବଚ୍ଛେଦ ବେଳେ ବିବାଦ ଜନ୍ମିଲା। ପୁଅକୁ ନିଜର ଦାବିଦାର କହି ଦୁଇଜଣ ବ୍ୟକ୍ତି ବାପାର ପରିଚୟ ନେଇ ଥାନାରେ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପଟେ ଶବ ଗୃହରେ ପୁଅର ଶବ ବ୍ୟବଚ୍ଛେଦ ଅପେକ୍ଷାରେ ରହି ପ୍ରକୃତ ବାପାର ପରିଚୟ ଖୋଜୁଛି।

ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ପୁଅର ମୃତ୍ୟ ହୋଇଗଲା। ଶବ ବ୍ୟବଚ୍ଛେଦ ବେଳେ ବିବାଦ ଜନ୍ମିଲା। ପୁଅକୁ ନିଜର ଦାବିଦାର କହି ଦୁଇଜଣ ବ୍ୟକ୍ତି ବାପାର ପରିଚୟ ନେଇ ଥାନାରେ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପଟେ ଶବ ଗୃହରେ ପୁଅର ଶବ ବ୍ୟବଚ୍ଛେଦ ଅପେକ୍ଷାରେ ରହି ପ୍ରକୃତ ବାପାର ପରିଚୟ ଖୋଜୁଛି।

ଗୋରୁ ଚୋରି ଅଭିଯୋଗ: ବନ୍ଧା ହେଲେ ତିନି ଯୁବକ

ସୋର: ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ପୁଅର ମୃତ୍ୟ ହୋଇଗଲା। ଶବ ବ୍ୟବଚ୍ଛେଦ ବେଳେ ବିବାଦ ଜନ୍ମିଲା। ପୁଅକୁ ନିଜର ଦାବିଦାର କହି ଦୁଇଜଣ ବ୍ୟକ୍ତି ବାପାର ପରିଚୟ ନେଇ ଥାନାରେ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପଟେ ଶବ ଗୃହରେ ପୁଅର ଶବ ବ୍ୟବଚ୍ଛେଦ ଅପେକ୍ଷାରେ ରହି ପ୍ରକୃତ ବାପାର ପରିଚୟ ଖୋଜୁଛି। ଏପରି ଘଟଣା ଘଟିଛି ସୋର ଅଞ୍ଚଳରେ।

ଧାମରା ଅଞ୍ଚଳର   ସଞ୍ଜୀବ କୁମାର ବିଶ୍ୱାଳ ସୋର ପୌରାଞ୍ଚଳ ବାଳେଶ୍ଵର  ଗ୍ରାମରେ ଭଡାରେ ରହୁଥିବା ବେଳେ ତାଙ୍କ ପୁଅ ସୌମ୍ୟରଂଜନ ବିଶ୍ୱାଳ ଟିଉସନରୁ ଫେରି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ପୋଖରୀରୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ମାମଲା ରୁଜୁ କରିଥିଲେ। ଏହି ସମୟରେ ପୁଲିସ ମୃତ ପୁଅର ମା ଠାରୁ ବାପାର ନାଁ ସଞ୍ଜୀବ ବିଶ୍ୱାଳ ଲେଖିଥିଲେ। ମାତ୍ର ସନ୍ଧ୍ୟାରେ ଜଣେ ବ୍ୟକ୍ତି ହଠାତ ଥାନାରେ ପହଁଚି ମୃତ ପୁଅ ଜଣଙ୍କ ତାଙ୍କ ପୁଅ ହୋଇଥିବାର ଦାବି କରିଥିଲେ ଏବଂ ତାଙ୍କ ସ୍ତ୍ରୀ ଗତ ୪ ବର୍ଷ ତଳେ ପରକୀୟ ପ୍ରୀତିରେ ଧାମରା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରି ପଳାଇଯିବା ସହିତ ସମସ୍ତଙ୍କର ନାଁ ବଦଳାଇ ଦେଇଥିବା କହିଛନ୍ତି। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ଘରେ ପୁଅର ଶବକୁ ନେବା ପାଇଁ ଉଭୟ ଦାବିଦାର ବାପା ଥାନାରେ ଅପେକ୍ଷାରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe