ପୁଣି ସେହି ସ୍ଥାନରେ ଆମେ ବିଦ୍ୟାସାଗରଙ୍କର ନୂଆ ପ୍ରତିମୂର୍ତ୍ତି ଗଢ଼ିଦେବୁ: ପ୍ରଧାନମନ୍ତ୍ରୀ ମୋଦି

Advertisment
ପୁଣି ସେହି ସ୍ଥାନରେ ଆମେ ବିଦ୍ୟାସାଗରଙ୍କର ନୂଆ ପ୍ରତିମୂର୍ତ୍ତି ଗଢ଼ିଦେବୁ: ପ୍ରଧାନମନ୍ତ୍ରୀ ମୋଦି

Image Courtesy of Hindustan Times

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବିଜେପି ମୁଖ୍ୟ ଅମିତ ଶାହାଙ୍କ ରାଲି ସମୟରେ କୋଲ୍‌କାତାରେ ତୃଣମୂଳ ଗୁଣ୍ଡାମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପକାଇଛନ୍ତି। ପୁଣି ସେହି ଏକା ସ୍ଥାନରେ ନୂଆ ପ୍ରତିମୂର୍ତ୍ତିଟିଏ ଗଢ଼ି ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଉତ୍ତର ପ୍ରଦେଶର ମାଉ ଠାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଲେ କୋଲକାତାରେ ଭାଇ ଅମିତ ଶାହାଙ୍କ ରୋଡ୍‌ ସୋ ସମୟରେ ଆମେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କର ଗୁଣ୍ଡାଗିରି ଦେଖିଲୁ। ସେମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପକାଇଲେ। ଆମେ ବିଦ୍ୟାସାଗରଙ୍କର ଦୃଷ୍ଟିଭଙ୍ଗୀ ପ୍ରତି ପ୍ରତିବଦ୍ଧ। ସେହି ଏକ ସ୍ଥାନରେ ଆମେ ତାଙ୍କର ବଡ଼ ପ୍ରତିମୂର୍ତ୍ତିଟାଏ ଗଢ଼ିଦେବୁ।

ବଙ୍ଗର ପ୍ରଖ୍ୟାତ ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ଗୋଟାଏ ପ୍ରତିମୂର୍ତ୍ତି ଏବଂ ତାଙ୍କ ନାମରେ ନାମିତ ଏକ କଲେଜକୁ ମଙ୍ଗଳବାର ଗଣ୍ଡଗୋଳରେ ଭଙ୍ଗାରୁଜା କରାଯାଇଥିଲା। ଉଭୟ ବିଜେପି ଏବଂ ତୃଣମୂଳ କଂଗ୍ରେସ ଏ ଘଟଣା ପାଇଁ ପରସ୍ପରଙ୍କୁ ଦୋଷ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe